ଭୁବନେଶ୍ବର: ଫିକି ଓ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍‌ ପକ୍ଷରୁ ମିଳିତ ଭାବେ ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ସହରରେ ‘ଭାରତର ଡିଜିଟାଲ୍ ବିପ୍ଳବ ନିବେଶ’ ଉପରେ ଏକ ରାଉଣ୍ଡ୍‌ ଟେବୁଲ୍ ବୈଠକ ଆୟୋଜନ କରାଯାଇଥିଲା। ଭାରତରେ ପୁଞ୍ଜିନିବେଶ କରିବା ଲାଗି ଏଥିରେ ଅଂଶଗ୍ରହଣ କରିଥିବା ସିଲିକନ୍ ଭ୍ୟାଲିର ନିବେଶକମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମନ୍ତ୍ରଣ କରିଛନ୍ତି। ଫିକିର ବରିଷ୍ଠ ଉପସଭାପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଶିଳ୍ପ ପ୍ରତିନିଧି ଦଳ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସାନ୍ଧୁ ଉପସ୍ଥିତ ଥିଲେ।