ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଯୋଗଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କର ପାରମ୍ପରିକ ବଜେଟ୍‌ ପରବର୍ତ୍ତୀ ବୋର୍ଡ ବୈଠକ ଆସନ୍ତା ୧୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ କେନ୍ଦ୍ର ବଜେଟ୍‌ ୨୦୨୨୧-୨୨ର ମୁଖ୍ୟାଂଶ ଉପରେ ଆଲୋଚନା କରିବେ। ତେବେ କରୋନା ପାଇଁ ଏହି ବୈଠକ ପ୍ରଥମ ଥର ଲାଗି ଭର୍ଚୁଆଲି ହେବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫ ପ୍ରତିଶତ ରହିବାକୁ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହା ୬.୮ ପ୍ରତିଶତ ଏବଂ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୪.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର