ଅର୍ଥ ମନ୍ତ୍ରାଳୟ ରିପୋର୍ଟ: ଦେଶରେ ମୁଦ୍ରାସ୍ଫୀତି ଚାପ କମୁଛି

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିଜନିତ ଚାପ ହ୍ରାସ ପାଉଥିବା ପ୍ରତୀୟମାନ ହେଉଛି। ସରକାରଙ୍କ ପକ୍ଷରୁ ଆଗୁଆ ପ୍ରତିକାରମୂଳକ ପଦକ୍ଷେପ ସହିତ ରିଜର୍ଭ ବ୍ୟାଙ୍କ କଠୋର ମୁଦ୍ରାନୀତି, ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ଅସୁବିଧା ଦୂର ହେବା କାରଣରୁ ଏହା ସମ୍ଭବ ହୋଇପାରିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ମାସ ପାଇଁ ପ୍ରକାଶିତ ରିପୋର୍ଟରେ ଆଜି ଏହା କୁହାଯାଇଛି। ବିଶ୍ବରେ ପ୍ରମୁଖ ଅର୍ଥନୀତିଗୁଡ଼ଇକ ଅଭିବୃଦ୍ଧି ହ୍ରାସ ସହିତ ଉଚ୍ଚ ମୁଦ୍ରାସ୍ଫୀତିର ସାମ୍ନା କରୁଛନ୍ତି। ସେହି ସମୟରେ ଭାରତର ଅଭିବୃଦ୍ଧି ଭଲ ରହିଥିବା ବେଳେ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର