ନୂଆଦିଲ୍ଲୀ: ଅର୍ଥ ସଚିବ ଅଜୟ ନାରାୟଣ ଝାଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ମାସେ ବୃଦ୍ଧି କରିଛନ୍ତି। ଆସନ୍ତା ଜାନୁଆରି ୩୧ରେ ସେ ଅବସର ନେବାକୁ ଥିବାବେଳେ ତାଙ୍କ କାର୍ଯ୍ୟକାଳକୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ବଢ଼ାଯାଇଛି। ଏଥିସହିତ ଅବସର ପରେ ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟଭାବେ ମଧ୍ୟ କାର୍ଯ୍ୟ କରିବେ।