ଏହି ତିନିଟି ଉପାୟରେ ଫୋନ୍‌କୁ ଆସୁଥିବା ଅଜଣା ନମ୍ବରର ସୂଚନା ପାଇପାରିବେ !

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲକୁ ଅନେକ ସମୟରେ ଅଜଣା ନମ୍ବରରେ କଲ କିମ୍ବା ମିସକଲ ଆସିଥାଏ। ଏହି ମିସ୍‌ କଲ କିଏ ଦେଲା ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ? ତେବେ ଏଣିକି କୌଣସି ବି ଅଜଣା ମୋବାଇଲ ନମ୍ବରର ସମ୍ପୂର୍ଣ୍ଣ ସୂଚନା ଆପଣ ଅନଲାଇନ୍‌ ଜରିଆରେ ତିନିଟି ଉପାୟରେ ଅତି ସହଜରେ ପାଇ ପାରିବେ । ଏହି ମିସ୍‌ କଲ କିଏ ଦେଲା ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ? ତେବେ ଏଣିକି କୌଣସି ବି ଅଜଣା ମୋବାଇଲ ନମ୍ବରର ସମ୍ପୂର୍ଣ୍ଣ ସୂଚନା ଆପଣ ଅନଲାଇନ୍‌ ଜରିଆରେ ତିନିଟି ଉପାୟରେ ଅତି ସହଜରେ ପାଇ ପାରିବେ ।

ସେଗୁଡିକ ହେଲା ….
୧.ସୋସିଆଲ ମିଡିଆ ନେଟୱର୍କ
୨.ସର୍ଚ୍ଚ ଇଞ୍ଜିନ
୩.ଟ୍ରୁକଲର ଆପ

ସୋସିଆଲ ମିଡିଆ ନେଟୱର୍କ : ଅନେକ ଲୋକ ସୋସିଆଲ ମିଡିଆ ନେଟୱର୍କରେ ନିଜର ମୋବାଇଲ ନମ୍ବର ଦେଇଥାନ୍ତି । ଯାହାଫଳରେ କି ଆପଣ ସୋସିଆଲ ମିଡିଆ ଜରିଆରେ ଅତି ସହଜରେ କୌଣସି ବି ନମ୍ବର ସଂପର୍କରେ ଜାଣି ପାରିବେ । ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଇ ଉକ୍ତ ବ୍ୟକ୍ତିଙ୍କର ନାମ ସର୍ଚ୍ଚ କରି ପ୍ରୋଫାଇଲ୍‌ କଣ୍ଟାକ୍ଟକୁ ଯାଇ ତାଙ୍କର ମୋବାଇଲ ନମ୍ବରକୁ ଜାଣିପାରିବେ।

ସର୍ଚ୍ଚ ଇଞ୍ଜିନ: ଆପଣ ସର୍ଚ୍ଚ ଇଞ୍ଜିନ ସହାୟତାରେ ବି ମୋବାଇଲ ନମ୍ବର ସଂପର୍କରେ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଗୁଗଲ ସର୍ଚ୍ଚରେ ସେହି ନମ୍ବରକୁ ଟାଇପ କରିବାକୁ ପଡିବ । ଏହାପରେ ନିଜର ପସନ୍ଦ ମୁତାବିକ ୱେବସାଇଟକୁ ଚୟନ କରି ଯେଉଁ ମୋବାଇଲ ନମ୍ବରର ଲୋକେସନର ଡିଟେଲ୍‌ସ ସଂପର୍କରେ ଜାଣିବାକୁ ଚାହୁଁଥିବେ ସେହି ନମ୍ବରକୁ ସେଠାରେ ଦର୍ଶାଯାଇଥିବା ବକ୍ସରେ ଟାଇପ୍‌ କରନ୍ତୁ । ଏହାପରେ ସର୍ଚ୍ଚରେ କ୍ଲିକ କରି ଆପଣ ସେହି ମୋବାଇଲ ନମ୍ବରର ଲୋକେସନ ଜାଣି ପାରିବେ ।

ଟ୍ରୁକଲର ଆପ : ମୋବାଇଲ ନମ୍ବର ସଂପର୍କିତ ସମସ୍ତ ସୂଚନା ଜାଣିବାକୁ ହେଲେ ଟ୍ରୁକଲର ଏଥିପାଇଁ ଉପଯୁକ୍ତ ଆପ ଅଟେ । ଯାହା ଏବେ ବହୁଳ ମାତ୍ରାରେ ବ୍ୟବହାର ହେବାରେ ଲାଗିଛି । ଏହି ଆପ ସହାୟତାରେ ଆପଣ ମୋବାଇଲ ନମ୍ବରର ଲୋକେସନ ସହିତ ନାମକୁ ମଧ୍ୟ ଜାଣିପାରିବେ । ଏହା ବ୍ୟତୀତ ଏଥିରେ କଲକୁ ବି ବ୍ଲକ୍‌ କରିବାର ସୁବିଧା ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର