ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଇ-କମର୍ସ କମ୍ପାନୀ ପେଟିଏମ୍ ମଲ୍ ଏବଂ ସ୍ନାପଡ଼ିଲକୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି | ବିନା ମାନକଥିବା ପ୍ରେସର କୁକର ବିକ୍ରୟ କରିଥିବାରୁ ଏହି ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | କେବଳ ଏତିକି ନୁହେଁ ଗ୍ରାହକ କିଣିଥିବା ସାମଗ୍ରୀ ପ୍ରତ୍ୟାହାର କରିବା ସହିତ ଅର୍ଥ ଫେରସ୍ତ କରିବାକୁ ସିସିପିଏ ନିର୍ଦ୍ଦେଶ ଦେଇଛି। ମିଳିଥିବା ସୂଚନା ମୁତାବକ ସିସିପିଏ ଜାଣିବାକୁ ପାଇଥିଲେ ପେଟିଏମ୍ ମଲ୍ ଏବଂ ସ୍ନାପଡ଼ିଲରେ କ୍ୟୁବାରେ ନିର୍ମିତ ଏକ ପ୍ରେସରକୁକରକୁ ବିକ୍ରି କରାଯାଇଛି |

Advertisment

ଏହି ପ୍ରେସରକୁକରଗୁଡ଼ିକ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ମାନକ ଅନୁରୂପ ହୋଇନଥିବାବେଳେ ଘରୋଇ ପ୍ରେସର କୁକର୍ସ (କ୍ୱାଲିଟି କଣ୍ଟ୍ରୋଲ୍) ଅର୍ଡର -୨୦୨୦କୁ ପାଳନ କରିନଥିଲା | ଏଥିରେ ଆଇଏସଆଇ ସୁରକ୍ଷା ମାନକ ନଥିବାବେଳେ ଉଭୟ ପେଟିଏମ୍ ମଲ୍ ଏବଂ ସ୍ନାପଡ଼ିଲ କିନ୍ତୁ ଏହାକୁ ବିକ୍ରି କରିଥିଲେ ।

ଆଉ ଏହା ଜଣାପଡିବା ପରେ ସିସିପିଏ ନିଜ ଆଦେଶରେ ପେଟିଏମ୍ ମଲକୁ ବିକ୍ରି ହୋଇଥିବା ୩୯ଟି ପ୍ରେସର କୁକର ଫେରାଇଆଣିବାକୁ ଏବଂ ଗ୍ରାହକଙ୍କୁ ସେମାନଙ୍କ ମୂଲ୍ୟ ଫେରସ୍ତ କରିବାକୁ କହିଛି। ଅନ୍ୟ ପଟେ, ସ୍ନାପଡ଼ିଲରେ ବିକ୍ରି ହୋଇଥିବା ଏହି କମ୍ପାନୀର ୭୩ଟି ପ୍ରେସରକୁକରକୁ ତୁରନ୍ତ ଫେରାଇଆଣିବା ସହ ଗ୍ରାହକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି |