ୟେସ୍‌ ବ୍ୟାଙ୍କ ଉପରେ ଜରିମାନା ଲାଗିବ

ମୁମ୍ବାଇ: ରିସ୍କ ଆସେସ୍‌ମେଣ୍ଟ୍‌ ରିପୋର୍ଟ (ଆର୍‌ଏଆର୍‌)କୁ ସାର୍ବଜନୀନ କରିବା ୟେସ୍‌ ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଭୁଲ ପାଇଁ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବ୍ୟାଙ୍କ ଠାରୁ ଜରିମାନା ଆଦାୟ କରିବା ଉପରେ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ରିଜର୍ଭ ବ୍ୟାଙ୍କ ଗତକାଲି କହିଥିଲେ ଯେ, ଏହି ରିପୋର୍ଟ କୌଣସି ବଡ଼ ସଫଳତା ନୁହେଁ ଯାହାକୁ ପ୍ରଚାର କରାଯିବା ଦରକାର। ବ୍ୟାଙ୍କ କତୃର୍ପକ୍ଷ ରିପୋର୍ଟକୁ ସାର୍ବଜନୀନ କରି ଲୋକମାନଙ୍କୁ ବିଭ୍ରାନ୍ତୀ କରିବାକୁ ଚେଷ୍ଟା କରିଛନ୍ତି। ଜାଣିଶୁଣି ବ୍ୟାଙ୍କ ଏଭଳି କରିଥିବା ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧିତ ଖବର