ମୁମ୍ବାଇ: ବେଆଇନ ଋଣ ଆପ୍ ପ୍ରସଙ୍ଗରେ ମତ ରଖି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆମେ କାହା ଉପରେ ଜରିମାନା ଲଗାଇବାକୁ ଚାହୁନାହୁଁ। କୌଣସି ନବସୃଜନକୁ ମଧ୍ୟ ଅଟକାଇବାକୁ ଚାହୁନୁ। ଆମେ ଚାହୁଛୁ ପ୍ରଯୁକ୍ତି ମାଧ୍ୟମରେ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ। ଡିଜିଟାଲ ମାଧ୍ୟମରେ ଋଣ ପ୍ରଦାନକୁ ରିଜର୍ଭ ବ୍ୟାଙ୍କ ସମର୍ଥନ କରୁଛି ଓ ତାହାକୁ ସ୍ବାଗତ ମଧ୍ୟ କରୁଛି। ସଂସ୍ଥାଗୁଡ଼ିକ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ମଧ୍ୟ ଆମେ ପ୍ରସ୍ତୁତ। କିନ୍ତୁ ବ୍ୟବସ୍ଥା ସ୍ବଚ୍ଛ ଓ ନିରନ୍ତର ହେବା ଦରକାର। ଏହା ଦ୍ବାରା ଗ୍ରାହକମାନଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିବ ଓ ଫିନ୍ଟେକ୍ ସଂସ୍ଥାଗୁଡ଼ିକର ବ୍ୟବସାୟ ମଧ୍ୟ ନିରବଚ୍ଛିନ୍ନ ରହିପାରିବ ବୋଲି ସେ କହିଛନ୍ତି।
ଫିନ୍ଟେକ୍ ସଂସ୍ଥା ନିୟମ ମାନନ୍ତୁ: ଶକ୍ତିକାନ୍ତ
/sambad/media/post_attachments/wp-content/uploads/2022/08/Shaktikanta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)