ନୂଆଦିଲ୍ଲୀ: ସରକାରଙ୍କ ପାଖରେ ଥିବା ଆପଣଙ୍କ ଆଧାର କାର୍ଡର ସୂଚନା ସୁରକ୍ଷିତ ନୁହେଁ । ଅନ୍ୟ କେହି ଚାହିଁଲେ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ଚୋରାଇ ନେଇ ଅପବ୍ୟବହାର କରିପାରିବ। ଆପଣଙ୍କ ଆଧାରର ସମ୍ପୂର୍ଣ୍ଣ ସୂଚନା ମାତ୍ର ୫୦୦ଟଙ୍କାରେ ବଜାରରେ ବିକ୍ରି ହେଉଛି। ଆଉ ଏହି କାରବାର ଦେଶବ୍ୟାପି ଚେର ମେଲିଥିବା ରାକେଟ୍ ଦ୍ୱାରା ପରିଚାଳିତ ହେଉଛି ବୋଲି ରିପୋର୍ଟ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିଲା। ଏହାକୁ ନେଇ ୟୁଆଇଡିଏଆଇ ଉକ୍ତ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ୟୁଆଇଡିଏଆଇ ମାମଲାର ଯାଞ୍ଚ ଆରମ୍ଭ କରିଥିଲା।
/sambad/media/post_attachments/wp-content/uploads/2018/01/07-1515317512-04-1515053224-2-300x225.jpg)
ଏହି ମାମଲା ସମ୍ପର୍କରେ ସୂଚନା ଜଏଣ୍ଟ କମିଶନର ଅଫ ପୁଲିସ ଆଲୋକ କୁମାର ଗଣମାଧ୍ୟମକୁ ଦେଇ କହିଥିଲେ, ଯେଉଁ ଖବର କାଗଜ ଓ ସାମ୍ବାଦିକ ଏହି ରିପୋର୍ଟ ବାହାର କରିଛନ୍ତି, ତାଙ୍କ ବିରୋଧରେ ସାଇବର ସେଲ ଓ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୯,୪୨୦,୪୬୮ ଓ ୪୭୧ରେ ମାମଲା ରୁଜୁ ହୋଇଛି। ତେବେ ଏମାନଙ୍କ ବିରୋଧରେ ୟୁଆଇଡିଏଆଇର ଅଭିଯୋଗ ନିବାରଣକାରୀ ବିଭାଗର ବିଏମ ପଟ୍ଟନାୟକ ମାମଲା ରୁଜୁ କରି କହିଥିଲେ, ଏହି ଖବର କାଗଜର ସାମ୍ବାଦିକ ଜାଣିଶୁଣି ଏହି ଅପରାଧୀକ ଷଡଯନ୍ତ୍ର କରି ବେଆଇନ ଭାବେ ଆଧାର ସିଷ୍ଟମରେ ପ୍ରବେଶ କରିଥିଲେ। ଯାହାକି ଆଇନ ବିରୋଧୀ ଅଟେ, ତେଣୁ ଏହି ଭୁଲ ପାଇଁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ।
ଇଂରାଜୀ ଖବର କାଗଜରେ ଟ୍ରିବ୍ୟୁନ୍ ଦାବି କରି କହିିଥିଲା କି, ମାତ୍ର ୫୦୦ଟଙ୍କାରେ ଯେକୌଣସି ବ୍ୟକ୍ତିଙ୍କ ଆଧାରକାର୍ଡ ସମ୍ପର୍କରେ ସୂଚନା ମିଳିପାରୁଛି। ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ହ୍ଵାଟସ୍ ଆପ୍ ଜରିଆରେ ଟ୍ରିବ୍ୟୁୁନ୍ ଏକ ଏଭଳି ସଫ୍ଟଓୟାର ହସ୍ତଗତ କରିଥିଲା, ଯାହା ଜରିଆରେ ଦେଶର ୧୦୦କୋଟିରୁ ଊର୍ଧ୍ୱ ଲୋକଙ୍କ ଆଧାର ଡାଟା ଥିବା ପୋର୍ଟାଲକୁ ଆକସେସ୍ କରିହେଉଛି । କିନ୍ତୁ ୟୁଆଇଡିଏଆଇ ଏହି ରିପୋର୍ଟକୁ ଖଣ୍ଡନ କରିଥିଲା।
/sambad/media/post_attachments/wp-content/uploads/2018/01/xaadhar-23-1490272975-07-1515315288.jpg.pagespeed.ic_.5tqIs66Y0S-300x225.jpg)
ଅନୁସନ୍ଧାନ କରିଥିବା ସାମ୍ବାଦିକମାନେ ପ୍ରଥମେ ଏହି କାରବାରରେ ସଂପୃକ୍ତ ରାକେଟର ଜଣେ ଏଜେଣ୍ଟଙ୍କୁ ପେଟିଏମ୍ ଜରିଆରେ ୫୦୦ ଟଙ୍କା ଦେଇଥିଲେ। ଟଙ୍କା ଦେବାର ମାତ୍ର ୧୦ମିନିଟ୍ ମଧ୍ୟରେ ଏହି ବ୍ୟକ୍ତି ଏକ ଲଗ୍ ଇନ୍ ପାସ୍ଓ୍ଵାର୍ଡ ପାଇଁ ଗେଟେଓ୍ଵ ଦେଇଥିଲା। ଏହା ଜରିଆରେ ଏମିତି ଏକ ପୋର୍ଟାଲକୁ ଆକସେସ୍ କରି ହୋଇଥିଲା, ଯେଉଁଥିରୁ କୌଣସି ବି ବ୍ୟକ୍ତିଙ୍କ ଆଧାର ନମ୍ବର ଦେଇ ଓ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇ ହେଲା।
ପୁଣି ଆଧାରକାର୍ଡର ସୂଚନା ପ୍ରିଣ୍ଟ କରି ନେବା ସୁବିଧା ବି ଏଜେଣ୍ଟ ଉପଲବ୍ଧ କରାଇଥିଲା। ପ୍ରିଣ୍ଟ କରିବା ପାଇଁ କେବଳ ୩୦୦ଟଙ୍କା ଦେବାକୁ ପଡ଼ିଥିଲା। ଅର୍ଥାତ୍ ୮୦୦ଟଙ୍କାରେ ଦେଶର କୋଟିକୋଟି ଲୋକଙ୍କ ଭିତରୁ ଆପଣ ଯାହାର ଚାହିଁବେ ତା’ର ଆଧାର ଡାଟା ହାସଲ କରିବା ସହ ପ୍ରିଣ୍ଟ ମଧ୍ୟ ନେଇ ପାରିବେ। ଆଧାରରେ ବ୍ୟକ୍ତିଙ୍କ ନାମ, ଠିକଣା, ଫଟୋ, ଫୋନ୍ ନମ୍ବର, ପିନ୍ କୋଡ ଓ ଇମେଲ ଆଦି ସମ୍ପର୍କରେ ସୂଚନା ରହିଛି।
/sambad/media/post_attachments/wp-content/uploads/2018/01/07-1515317520-04-1515053253-5-300x225.jpg)
ରିପୋର୍ଟରେ ଏହା ବି ଦାବି ହୋଇଥିଲା କି, ହ୍ଵାଟସ୍ ଆପ୍ରେ ପାଖାପାଖି ୬ମାସ ହେବ ଏହି ରାକେଟ ସକ୍ରିୟ ରହିଛି। ଏଥିରେ ପ୍ରାୟ ଏକ ଲକ୍ଷ ଲୋକ ସାମିଲ ଥିବା ଜଣା ପଡ଼ିଥିଲା। ଇଲେକ୍ଟ୍ରୋନିକ୍ ମନ୍ତ୍ରାଳୟ କମନ ସର୍ଭିସ୍ ସେଣ୍ଟର ସ୍କିମ୍ ଜରିଆରେ ଗ୍ରାମାଞ୍ଚଳରେ ଆଧାର ବନାଇବାର ଦାୟିତ୍ୱ କିଛି ଏଜେଣ୍ଟଙ୍କୁ ଦେଇଥିଲା। ଏହି ସମୟରେ ସେମାନଙ୍କୁ ୟୁଆଇଡିଏଆଇ ଡାଟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନୁମତି ଦିଆଯାଇଥିଲା। ଏମାନଙ୍କୁ ଭିଲେଜ ଲେବଲ ଏଣ୍ଟରପ୍ରାଇଜେସ୍ (ଭିଏଲ୍ଇ) କୁହାଯାଏ। ଗତ ବର୍ଷ ନଭେମ୍ବର ମାସରେ ସରକାର ଆଧାର ଡାଟା ଲିକ୍ ହେବା ଖବର ପାଇବା ପରେ ଏମାନଙ୍କଠାରୁ ଏହି କାମକୁ ଫେରାଇ ନେଇଥିଲେ। ତେବେ ଟଙ୍କା ଲୋଭରେ ଏହି ଭିଲେଜ ଲେବଲ ଏଣ୍ଟରପ୍ରାଇଜେସ୍ ଆଧାର ଡାଟାକୁ ଭୁଲ ଦିଗରେ ବ୍ୟବହାର କରୁଥିବା ସୂଚନା ମିଳିଥିଲା।
କେବଳ ଏତିକି ନୁହେଁ, ହ୍ୟାକର୍ସଙ୍କ ପାଖରେ ରାଜସ୍ଥାନ ସରକାରଙ୍କ ଏକ େଓ୍ଵବସାଇଟ୍ ବି ଆକ୍ସେ୍ସ୍ କରିବାର ବ୍ୟବସ୍ଥା ଅଛି। ଏହା ଜରିଆରେ କେହି ବି aadhaar.rajasthan.gov.inକୁ ଯାଇ କୌଣସି ଭାରତୀୟଙ୍କ ଆଧାରକାର୍ଡର ପ୍ରିଣ୍ଟ କରି ପାରିବେ। ୟୁଆଇଡିଏଆଇ ଏହି ଘଟଣାର କଡ଼ାକଡ଼ି ଯାଞ୍ଚ ଆରମ୍ଭ କରି ଦେଇଛି । କିନ୍ତୁ ଏହି ଘଟଣାକୁ ୟୁଆଇଡିଏଆଇ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି ଲୋକମାନଙ୍କୁ ଆଶ୍ୱାସନା ଦେଇଛି କି ସେମାନେ ଆଧାରକାର୍ଡର ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/07-1515317531-04-1515053261-6.jpg)