ଭୁବନେଶ୍ବର: ଫାୟାର-ବୋଲ୍ଟ ସ୍ମାର୍ଟୱାଚ୍ ବଜାରରେ ଏକ ନମ୍ବର ସ୍ଥାନ ଦଖଲ କରିଥିବା ଦାବି କରିଛି। ଏହି ସଫଳତାକୁ ପାଳନ କରିବା ଲାଗି କଂପାନି ପକ୍ଷରୁ ଆଜି ରିଟେଲ୍ ସହଯୋଗୀମାନଙ୍କ ଲାଗି ଏକ ମିଟ୍ ଆଣ୍ଡ୍ ଗ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କଂପାନିର ପ୍ରଡକ୍ଟ ମ୍ୟାନେଜର ଅମିତ ଶ୍ରୀବାସ୍ତବ, ଆର୍ଏସ୍ଏମ୍ କୁନାଲ ବୋଷ, ସାଭେକ୍ସ ଟେକ୍ନୋଲୋଜିସ୍ର ଡିଜିଏମ୍ ସୁଜିତ ଦାସ ଓ ଆର୍ଜେଏସ୍ ଏଣ୍ଟରପ୍ରାଇଜେସ୍ର ଏମ୍ଡି ଜୟ ସଦାନି ଉପସ୍ଥିତ ଥିଲେ। ଏହି ଅବସରରେ କଂପାନି ପକ୍ଷରୁ ନୂଆ ସ୍ମାର୍ଟୱାଚ୍ ଉନ୍ମୋଚନ କରାଯାଇଛି। କଂପାନିର ବର୍ତ୍ତମାନର ରାଜସ୍ବ ୫୦୦ କୋଟି ଟଙ୍କା ରହିଛି। ଏହା ଆସନ୍ତା ବର୍ଷ ନିଜ ରାଜସ୍ବରେ ତିନି ଗୁଣା ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛି। କଂପାନି ୪୭.୫% ଅଭିବୃଦ୍ଧି ସହ ୯୧୬,୭୬୫ ସ୍ମାର୍ଟୱାଚ୍ ବିକ୍ରି କରିଛି। ଓଡ଼ିଶାର ୧୦୦୦ ଷ୍ଟୋର୍ ସମେତ ଦେଶର ୩୦,୦୦୦ରୁ ଅଧିକ ଷ୍ଟୋର୍ରେ କଂପାନି ଏହାର ଉତ୍ପାଦ ବିକ୍ରି କରୁଛି। କଂପାନି ଓଡ଼ିଶାରେ ବ୍ୟାପକ ସମ୍ପ୍ରସାରଣ ଯୋଜନା ରଖିଛି।
‘ଫାୟାର-ବୋଲ୍ଟ’ ରାଜସ୍ବକୁ ତିନି ଗୁଣା ବଢ଼ାଇବ
/sambad/media/post_attachments/wp-content/uploads/2022/06/fshfs4hsfhf4h3f1h32fhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)