ଭୁବନେଶ୍ବର: କିସ୍‌ନା ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ ଜୁଏଲାରି ପକ୍ଷରୁ ପଟିଆର ଜେଡ୍‌୧ ଆପାର୍ଟମେଣ୍ଟ୍‌ ନିକଟରେ ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ ଖୋଲାଯାଇଛି। ହରି କ୍ରିଷ୍ଣ ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଏମ୍‌ଡି ଘନଶ୍ୟାମ ଢୋଲକିଆ ଓ କିସ୍‌ନା ଡାଇମଣ୍ଡ ଆଣ୍ଡ୍‌ ଗୋଲ୍ଡ ଜୁଏଲାରିର ନିର୍ଦ୍ଦେଶକ ପରାଗ ଶାହ ନୂଆ ଷ୍ଟୋର୍‌କୁ ଉଦ୍‌ଘାଟନ କରିଛନ୍ତି। ଏହା ହେଉଛି ଦେଶରେ କମ୍ପାନିର ୪୧ତମ ଷ୍ଟୋର୍‌। ଏହି ଅବସରକୁ ପାଳନ କରିବା ଲାଗି କିସ୍‌ନା ପକ୍ଷରୁ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏଥି ସହିତ ‘ଅବ୍‌କି ବାର୍ ଆପ୍‌କେ ଲିୟେ ସପ୍ ଆଣ୍ଡ୍‌ ୱିନ୍ ଏ କାର୍‌’ ଲକି ଡ୍ର ଅଭିଯାନ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ୧୦୦ କାର୍ ଜିତିବାର ସୁଯୋଗ ପାଇବେ। କୋଡ଼ିଏ ହଜାର ଟଙ୍କାରୁ ଅଧିକ ମୂଲ୍ୟର ହୀରା, ପ୍ଲାଟିନମ୍ ଓ ସୋଲିଟାୟାର୍ ଗହଣା ଓ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା କିଣୁଥିବା ଗ୍ରାହକମାନେ ଏଥିରେ ଭାଗ ନେଇପାରିବେ। 

Advertisment

ଏହି ଅବସରରେ ହରି କ୍ରିଷ୍ଣ ଗ୍ରୁପ୍‌ର ପ୍ରତିଷ୍ଠାତା ଶ୍ରୀ ଢୋଲକିଆ କହିଛନ୍ତି ଯେ ଉତ୍ସବ ଋତୁରେ ଭୁବନେଶ୍ବରରେ ଷ୍ଟୋର୍‌ ଖୋଲିବା ଆମ ପାଇଁ ଏକ ଉପଯୁକ୍ତ ସୁଯୋଗ। ‘ହର ଘର କିସ୍‌ନା’ ନେଇ ଆମର ରହିଥିବା ଲକ୍ଷ୍ୟ ସହିତ ଏହା ସମନ୍ବିତ ‌ରହିଛି। ପ୍ରତି ମହିଳାଙ୍କ ହୀରା ଗହଣା ଅଭିଳାଷ ପୂରଣ କରି ଆମ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଗହଣା ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଦେଶର ଘରେ ଘରେ ପରିଚିତ ନାମ କିସ୍‌ନା ପାଇଁ ଭୁବନେଶ୍ବରରେ ଷ୍ଟୋର୍‌ ଖୋଲିବା ଏକ ମାଇଲଖୁଣ୍ଟ ବୋଲି କମ୍ପାନିର ନିର୍ଦ୍ଦେଶକ ପରାଗ ଶାହ କହିଛନ୍ତି। ଫ୍ରାଞ୍ଚାଇଜ୍ ପାର୍ଟନର ସଞ୍ଜୀବ ହଂସ, ମେହନ୍ଦୀ ଓ ଅମ୍ରିତ ଅଗ୍ରୱାଲ୍‌ କହିଛନ୍ତି ଯେ ଗହଣାପ୍ରେମୀଙ୍କ ମଧ୍ୟରେ ଏହି ଷ୍ଟୋର୍‌ ପସନ୍ଦର ସ୍ଥାନରେ ପରିଣତ ହେବାର ଆମର ଦୃଢ଼ ବିଶ୍ବାସ ରହିଛି।