‘ଫା‌ଷ୍ଟ ଟାଇମ୍ ଭୋଟର୍‌’ର ଦିଲ୍ଲୀ ଡାଇଲଗସ୍‌ ୩୧ରେ

ନୂଆଦିଲ୍ଲୀ : ଡିପିଏସ୍‌ ବସନ୍ତକୁଞ୍ଜର ଛାତ୍ର କାର୍ତିକେୟ ଗୋୟଲଙ୍କ ଷ୍ଟାର୍ଟଅପ୍ ଫାଷ୍ଟ୍‌ ଟାଇମ୍ ଭୋଟର ଡଟ୍ ଓଆର୍‌ଜି ପକ୍ଷରୁ ଚଳିତ ମାସ ୩୧ରେ ଦିଲ୍ଲୀ ଡାଇଲଗ୍ ନାମକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜଧାନୀ ଦିଲ୍ଲୀର ରାଜନୀତି ଓ ଏହା ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ବିଷୟରେ ଏହି ଅବସରରେ ବିତର୍କ ହେବ। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନେକ ସହରରୁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବା, ପ୍ରଦୂଷଣ, ଅର୍ଥନୈତିକ ବିକାଶ ଓ ଇଣ୍ଟରନେଟ୍‌କୁ ଏକ ମୌଳିକ ଅଧିକାର ଭାବେ ଦେଖିବା ଭଳି ପ୍ରସଙ୍ଗ ଉପରେ ସେମାନେ ବିତର୍କ କରିବେ। ନାଗରିକତା ସଂଶୋଧନ ବିଲ୍ ଉପରେ ମଧ୍ୟ ସ୍ବତନ୍ତ୍ର ବିତର୍କ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସଂସଦ ମାର୍ଗର କନଷ୍ଟିଚ୍ୟୁସନ କ୍ଲବ୍ ଅଫ୍‌ ଇଣ୍ଡିଆରେ ଆୟୋଜନ କରାଯିବ। ଦିଲ୍ଲୀ ଡାଇଲଗ୍‌ସର ବିଜେତା ଓ ଉପ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର