ଏକ ଦଶନ୍ଧିରୁ ଊର୍ଧ୍ୱ ବର୍ଷ ହେବ ଦିନକୁ ଦିନ ଲୋକଙ୍କ ପ୍ରିୟ ହେବାରେ ଲାଗିଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର୍। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ସୋସିଆଲ୍ ସାଇଟ୍। ଅଧିକରୁ ଅଧିକାଂଶ ଲୋକେ ଫେସ୍ବୁକ୍ ବ୍ୟବହାର କରୁଥିଲେ ବି ବିଶ୍ୱସନୀୟତାର କଥା ଉଠିଲେ ଟୁଇଟ୍ର ଆଗରେ ଆସେ। ଅନେକ ବଲିଉଡ୍ କଳାକାରରୁ ନେଇ କ୍ରିକେଟ୍ ତାରକା ଆଦି ବହୁ ପ୍ରଭାବଶାଳୀ ବ୍ୟକ୍ତି ଟୁଇଟର୍ ଜରିଆରେ ହିଁ ପ୍ରଶଂସକଙ୍କ ସହ ସିଧାସଳଖ କଥୋପକଥନ କରିଥାନ୍ତି।
just setting up my twttr
— jack (@jack) March 21, 2006
ତେବେ, ଅପଣଙ୍କ ମନରେ ଏବେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ଏହି ଟୁଇଟର୍ ପ୍ରଥମେ କେବେ ବାହାରିଲା ଏବଂ କ’ଣ ଥିଲା ପ୍ରଥମ ଟୁଇଟ୍। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୦୬ ମସିହାରେ ଟୁଇଟର୍ର ସହ-ନିର୍ମାତା ତଥା ସିଇଓ ଜ୍ୟାକି ଡୋର୍ସେ ପ୍ରଥମ ଟୁଇଟ୍ କରିଥିଲେ। ୨୦୧୬ ମସିହା ମାର୍ଚ ୨୧ ତାରିଖ ଦିନ ଜ୍ୟାକି କରିଥିବା ପ୍ରଥମ ଟୁଇଟ୍ଟି ଥିଲା, ‘ମୁଁ ମୋର ଟୁଇଟର୍ ସେଟିଙ୍ଗ୍ କରୁଛି’।
ଉଲ୍ଳେଖଯୋଗ୍ୟ, ୨୦୦୬ ମସିହା ଜୁଲାଇ ୧୫ ତାରିଖରେ ଟୁଇଟର୍କୁ ସର୍ବସାଧାରଣ କରାଯାଇଥିଲା। ୨୦୧୭ ମସିହା ସୁଦ୍ଧା ଟୁଇଟର୍ ବ୍ୟବହାରକାରୀଙ୍କ ସଂଖ୍ୟା ଥିଲା ୩୩୦ ମିଲିୟନ୍। ପ୍ରଥମରୁ ଟୁଇଟ୍ ଶବ୍ଦ ସୀମା ୧୪୦ ରଖାଯାଇଥିଲା। ଭାବ ବ୍ୟକ୍ତ କରିବା ପାଇଁ ତାହା ଯଥେଷ୍ଟ ହୋଇ ନପାରିବାରୁ କିଛି ମାସ ତଳେ ତାହାକୁ ୧୮୦କୁ ବୃଦ୍ଧି କରାଯାଇଛି।