ଅକ୍ଟୋବର ସୁଦ୍ଧା ଦେଶର ଆର୍ଥିକ ନିଅଣ୍ଟ ମୋଟ ବଜେଟ୍‌ ଲକ୍ଷ୍ୟର ୯୬% ଛୁଇଁଲା

ନୂଆଦିଲ୍ଲୀ: ଏପ୍ରିଲ-ଅକ୍ଟୋବର ମାସରେ ଭାରତର ଆର୍ଥିକ ନିଅଣ୍ଟ ଟ. ୫.୨୫ ଲକ୍ଷ କୋଟିରେ ପହଞ୍ଚିଛି । ଏହା ୨୦୧୭-୧୮ ବର୍ଷ ପାଇଁ ରଖାଯାଇଥିବା ବଜେଟ୍‌ ଲକ୍ଷ୍ୟର ୯୬.୧ ପ୍ରତିଶତ ବୋଲି ସରକାରଙ୍କ ତରଫରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଗତ ଆର୍ଥିକ ବର୍ଷରେ ଏପ୍ରିଲ-ଅକ୍ଟୋବର ସାତ ମାସରେ ଆର୍ଥିକ ନିଅଣ୍ଟ ମୋଟ ବଜେଟ୍‌ ଲକ୍ଷ୍ୟର ୭୯.୩ ପ୍ରତିଶତ ଥିଲା ।

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ଏହି ସାତମାସରେ ଦେଶର ମୋଟ ଟିକସ ରାଜସ୍ୱ ୬.୩୪ ଲକ୍ଷ କୋଟି ଟଙ୍କା ଓ ଅଣଟିକସ ରାଜସ୍ୱ ୯୫ ହଜାର କୋଟିର ଅଣ-ଟିକସ ରାଜସ୍ୱ ଓ ୩୮,୫୫୯ କୋଟିର ଅଣ-ଋଣ ପୁଞ୍ଜି ଆୟ ( ବିଭିନ୍ନ ରାଷ୍ଟ୍ରାୟତ ଉଦ୍ଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, ବିକ୍ରି ଆଦି ବାବଦରୁ ପ୍ରାପ୍ତ ଆୟ) ରହିଛି । ଏସବୁକୁ ମିଶାଇ ଭାରତ ସରକାର ମୋଟ ୭ ଲକ୍ଷ ୬୭ ହଜାର କୋଟି ଟଙ୍କାର ରାଜସ୍ୱ ଆୟ କରିଛନ୍ତି ଯାହାକି ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅଟକଳର ୪୭.୯ ପ୍ରତିଶତ ଅଟେ ।

ସମ୍ବନ୍ଧିତ ଖବର