ଆସନ୍ତାବର୍ଷ ୯.୫% ଅଭିବୃଦ୍ଧି ହେବ: ଫିଚ୍‌

ନୂଆଦିଲ୍ଲୀ : କରୋନା ସଙ୍କଟ ପ୍ରଭାବରେ ଯଦିଓ ଚଳିତ ବର୍ଷ ଭାରତୀୟ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ଘଟିବ କିନ୍ତୁ ୨୦୨୧-୨୨ରେ ସେଥିରେ ଦ୍ରୁତ ସୁଧାର ହେବ। ଆସନ୍ତା ଆର୍ଥିକ ବର୍ଷରେ ଭାରତ ୯.୫%ର ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ଆକଳନ କରିଛି। ଫିଚ୍‌ ରେଟିଙ୍ଗସ୍‌ ମତରେ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ। ଏବେ ଦେଶରେ ଋଣ ହାର ବହୁତ ଅଧିକ ରହିଛି। ସମୟ ଗଡ଼ିବା ସହିତ ତାହା ହ୍ରାସ ପାଇବ ନିୟନ୍ତ୍ରଣ ମଧ୍ୟକୁ ଆସିବ। ପୁଞ୍ଜିନିବେଶ ପରିମାଣ ବଢ଼ିବା ସହିତ ଅଭିବୃଦ୍ଧି ମଧ୍ୟ ତ୍ବରାନ୍ବିତ ହେବ। ଭାରତ ଅନେକ ସମସ୍ୟା ମଧ୍ୟ ସାମ୍ନା କରିବ ବୋଲି ଫିଚ୍‌ ଜଣାଇଛି। ବିତ୍ତୀୟ ନିଅଣ୍ଟ ବେଲଗାମ ହେବ, ମୁଦ୍ରାସ୍ଫୀତି ହାର ଓ ଚଳନ୍ତୀ ଜମା ନିଅଣ୍ଟ ବଢ଼ିବ ବୋଲି ଏହା କହିଛି। ଏଭଳି ହେଲେ ବିଦେଶରୁ ପାଣ୍ଠି ହାସଲ କରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର