ଫିଟ୍‌ଜି ଫର୍ଚୁନ୍ ୪୦ ପରୀକ୍ଷା ଫେବ୍ରୁଆରି ୩ରେ

ଭୁବନେଶ୍ୱର: ଫିଟ୍‌ଜିର ଫର୍ଚୁନ୍ ୪୦ ପରୀକ୍ଷା ଫେବ୍ରୁଆରି ୩ରେ ଆୟୋଜନ କରାଯିବ। ଯେଉଁ ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରିବାରର ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍ ସେମାନେ ଏହି ପରୀକ୍ଷାରେ ଅଂଶଗ୍ରହଣ କରି ଆର୍ଥିକ ସହାୟତା ପାଇପାରିବେ। ଆର୍ଥିକ ସ୍ତରରେ ପଛୁଆ ଶ୍ରେଣୀର ପିଲାମାନଙ୍କୁ ଫିଟ୍‌ଜି ପକ୍ଷରୁ ୧୦୦% ସ୍କଲାରସିପ୍ ଓ ହଷ୍ଟେଲ୍‌ ଶୁଳ୍କ ଛାଡ଼ କରାଯିବ। ଫିଟ୍‌ଜି ଫର୍ଚୁନ୍ ୪୦ରେ ପ୍ରତ୍ୟକ କାର୍ଯ୍ୟକ୍ରମ ଓ ପ୍ରତିଟି ଅଞ୍ଚଳର ସର୍ବାଧିକ ୪୦ ଜଣ ଛାତ୍ରଛାତ୍ରୀ ରହିପାରିବେ। ଏ ସମ୍ପର୍କରେ ଫିଟ୍‌ଜିର ନିର୍ଦେଶକ ଆର୍‌ ଏଲ୍ ତ୍ରିଖା କହିଛନ୍ତି ଯେ, ଆଇଆଇଟିରେ ପ୍ରବେଶ କରିବା ଧୀରେ ଧୀରେ କଷ୍ଟକର ହୋଇପଡ଼ିଲାଣି। ସବୁ ପିଲା କୋଚିଙ୍ଗ ଭାଗ ନେବା ସମ୍ଭବ ହେଉନାହିଁ। ଫର୍ଚୁନ୍ ୪୦ ପରୀକ୍ଷା ଜରିଆରେ ଆମେ ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ପିଲାମାନଙ୍କୁ ସହାୟତା ପ୍ରଦାନ କରିବୁ।

ସମ୍ବନ୍ଧିତ ଖବର