ଜେଇଇ-ମେନ୍‌ରେ ଫିଟ୍‌ଜୀ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଫିଟ୍‌ଜୀ ଭୁବନେଶ୍ବର, କଟକ ଏବଂ ଇନଫୋସିଟି କେନ୍ଦ୍ରର ମୋଟ ୩୫୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ଲାସରୁମ୍ ପ୍ରୋଗ୍ରାମର ୧୪୨ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖିଛନ୍ତି। ଫିଟ୍‌ଜୀ ଭୁବନେଶ୍ବର ସେଣ୍ଟରର ‌୪ ବର୍ଷିଆ କ୍ଲାସରୁମ୍ ପ୍ରୋଗ୍ରାମର ଛାତ୍ର ପ୍ରତୀକ ଚୌଧୁରୀ ୯୯.୯୯୯ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବ ଭାରତୀୟ ସ୍ତରରେ ତାଙ୍କର ରୢାଙ୍କ ୨୬ ରହିଛି। ଫିଟ୍‌ଜୀ ଭୁବନେଶ୍ବର ଏବଂ କଟକ ସେଣ୍ଟରର ବର୍ଷିକିଆ ଏକ୍ସଟେଣ୍ଡେଡ ପ୍ରୋଗ୍ରାମର ୧୨୬ ଜଣ ଛାତ୍ରଛାତ୍ରୀ ୨୦୧୯ ଜେଇଇ ମେନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଫିଟ୍‌ଜୀ ଛାତ୍ର ଶୁଭନ ଶ୍ରୀବାସ୍ତବ ଜେଇଇ -ମେନ୍‌ ୨୦୧୯ରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଫିଟ୍‌ଜୀ ଶିକ୍ଷକମାନଙ୍କ ସହଯୋଗ ଯୋଗୁ ସଫଳତା ମିଳିଛି ବୋଲି ପ୍ରତୀକ ଚୌଧୁରୀ ମତ ଦେଇଛନ୍ତି। ଫିଟ୍‌ଜୀ ଭୁବନେଶ୍ବର ସେଣ୍ଟରର ମୁଖ୍ୟ ରଣଜୟ ବର୍ଦ୍ଧନ ଓ ଫିଟ୍‌ଜୀ ଓଡ଼ିଶା ଅପରେସନ ମେଣ୍ଟର ପ୍ରଫୁଲ୍ଲ କୁମାର ଦାଶ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଏହି ସଫଳତା ଆମକୁ ଗର୍ବିତ କରିଛି।

ସମ୍ବନ୍ଧିତ ଖବର