ଜିଓର ୫ଟି ନୂଆ ଡାଟାପ୍ୟାକ୍ : ୨୨ ଟଙ୍କାରେ ୨୮ଦିନ ପର୍ଯ୍ୟନ୍ତ ବୈଧତା ସହିତ ଗ୍ରାହକଙ୍କୁ ୨ଜିବି ପର୍ଯ୍ୟନ୍ତ ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଜିଓଫୋନ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବେ ୫ଟି ଡାଟାପ୍ୟାକ୍ ଲଞ୍ଚ କରିଛି। ଏହି ନୂଆ ପ୍ୟାକର ମୂଲ୍ୟ ୨୨ଟଙ୍କାରୁ ନେଇ ୧୫୧ଟଙ୍କା ପର୍ଯ୍ୟନ୍ତ ରହିଛି। ଗ୍ରାହକଙ୍କୁ ଏହି ପ୍ୟାକରେ ୨ଜିବି ପର୍ଯ୍ୟନ୍ତ ଡାଟା ମିଳି ପାରିବ। ଏହି ସମସ୍ତ ପ୍ୟାକ୍ ୨୮ଦିନର ଭାଲିଡିଟି ସହିତ ଆସିଛି।

ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ଘୋଷଣା କରିଥିବା ଏହି ପ୍ଲାନକୁ ଗ୍ରାହକମାନେ ଏଣିକି କିଣି ପାରିବେ। ଏହି ପ୍ୟାକର ମୂଲ୍ୟ ୨୨ଟଙ୍କା, ୫୨ଟଙ୍କା, ୭୨ଟଙ୍କା, ୧୦୨ଟଙ୍କା ଓ ୧୫୨ଟଙ୍କା ରଖାଯାଇଛି।

୨୨ଟଙ୍କାର ଜିଓଫୋନ ପ୍ୟାକରେ ଗ୍ରାହକଙ୍କୁ ୨ଜିବି ୪ଜି ଡାଟା ମିଳିବ। ଏହି ପ୍ଲାନ ୨୮ଦିନର ବୈଧତା ସହିତ ଆସିଛି। ଏଥିସହିତ ଗ୍ରାହକ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ ନ୍ୟୁଜ ଭଳି ଜିଓ ଆପ୍ସର ମାଗଣା ଆକସେସ ପାଇ ପାରିବେ।

17 plans from Reliance Jio, Airtel and Vodafone-Idea with 2GB data per day | Gadgets Now

ସେହିପରି ୫୨ଟଙ୍କାର ପ୍ୟାକ୍ କଥା କହିବାକୁ ଗଲେ ଏଥିରେ ୨୮ଦିନର ବୈଧତା ସହିତ ୬ଜିବି ଡାଟା ମିଳିବ। ଏହି ଡାଟା ସୀମା ପରେ ଇଣ୍ଟରନେଟ ସ୍ପିଡ ୬୪କେବିପିଏସ ହୋଇଯିବ। ଏତିକି ସ୍ପିଡ ହ୍ବାଟସ ଆପରେ ମେସେଜ ପଠାଇବା ଓ ରିସିଭ କରିବାରେ ସୁବିଧା ହୋଇଥାଏ।

ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ଆସିଥିବା ୭୨ଟଙ୍କାର ପ୍ୟାକରେ ଗ୍ରାହକ ୨୮ଦିନ ବୈଧତା ସହିତ ପ୍ରତିଦିନ ୦.୫ଜିବି ଡାଟାର ଅଫର ଦେବ। ତେବେ ଗ୍ରାହକଙ୍କୁ ସର୍ବମୋଟ ୧୪ଜିବି ଡାଟା ମିଳିପାରିବ।

ସେହିପରି ଜିଓଫୋନର ୧୦୨ଟଙ୍କାର ପ୍ଲାନରେ ଗ୍ରାହକ ୨୮ଦିନର ବୈଧତା ସହିତ ପ୍ରତିଦିନ ୧ଜିବି ଡାଟା ପାଇ ପାରିବେ। ଏଥିସହିତ ସର୍ବମୋଟ ୨୮ଜିବିର ଫାଇଦା ଗ୍ରାହକ ଉଠାଇ  ପାରିବେ। ଶେଷ ପ୍ଲାନଟି ୧୫୨ଟଙ୍କାର ରହିଛି। ଏଥିରେ ବି ୨୮ଦିନର ବୈଧତା ଥିବା ବେଳେ ପ୍ରତିଦିନ ୨ଜିବି ଡାଟା ମିଳିବ।

ସମ୍ବନ୍ଧିତ ଖବର