ପଞ୍ଚ ତାରକା ହୋଟେଲ ଭଳି ହୋଇଛି ଏହି ରେଳ ଷ୍ଟେସନ୍‌, ଟୁଇଟ କରି ଜଣାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ଷ୍ଟେସନ୍‌ଗୁଡ଼ିକ ଆଧୁନିକ ରୂପ ଦେବା ପାଇଁ ମୋଦି ସରକାର ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ତିରୁପତି ଷ୍ଟେସନ୍‌ର ଚାରିଟି ଫଟୋ ଟୁଇଟ କରିଛନ୍ତି। ରେଳମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଏହା ରେଲେଓ୍ଵ ଷ୍ଟେସନ୍‌ ନା ଫାଇଭ୍‌ ଷ୍ଟାର ହୋଟେଲ। ଆନ୍ଧ୍ରାପ୍ରଦେଶର ବାଲାଜି ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ‘ଅତିଥି’ ଭାବେ ଏହା ଏକ ସରପ୍ରାଇଜ୍‌ ଅଟେ। ତିରୁପତି ଷ୍ଟେସନ୍‌ରେ ଖୁବ୍‌ ଶୀଘ୍ର ଏହି ପ୍ରିମିୟମ ଲାଉଞ୍ଜ ଉଦ୍‌ଘାଟନ୍‌ ହେବାକୁ ଯାଉଛି।

ଏହାପୂର୍ବରୁ ସରକାର ରେଳେଓ୍ଵ ଷ୍ଟେସନ୍‌ରେ ଆକର୍ଷଣୀୟ ପେଣ୍ଟିଂ ଲଗାଇ ସାଜ୍ଜସଜ୍ଜା ଉପରେ ଦୃଷ୍ଟି ଦେଇଛନ୍ତି। ଏହି ପେଣ୍ଟିଂ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଅଙ୍କା ଯାଇଛି। କେବଳ ଏତିକି ନୁହେଁ, ସରକାର ଷ୍ଟେସନ୍‌ ଓ ରେଳ ଗାଡ଼ିରେ ସଫା ସୁତୁରା ଉପରେ ଅଧିକ ଜୋର ଦେଇଛନ୍ତି। ଏଥିସହିତ ଗୁଗଲ ସହିତ ହାତ ମିଳାଇ ଷ୍ଟେସନ୍‌ରେ ଅଧଘଣ୍ଟା ପାଇଁ ହାଏସ୍ପିଡ୍‌ ଇଣ୍ଟରନେଟ୍‌ କନେକ୍‌ସନ୍‌ ମାଗଣାରେ ଉପଲବ୍ଧ କରାଉଛନ୍ତି। ଖୁବ ଶୀଘ୍ର ଅନ୍ୟ ଷ୍ଟେସନ୍‌ରେ ଏଭଳି ଲାଉଞ୍ଜ ତିଆରି ହେବାର ଯୋଜନା ରହିଛି।

 

ସମ୍ବନ୍ଧିତ ଖବର