ନୂଆଦିଲ୍ଲୀ: ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ (ଏଲ୍‌ଟିସିଜି)ରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ସ୍ଥାବର ସମ୍ପତ୍ତି ଉପରୁ ଇଣ୍ଡେକ୍ସେସନ୍ ହଟାଇ ଦିଆଯିବା ପରେ ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷ କରି ରିଅଲ ଇଷ୍ଟେଟ୍‌ ଜଗତ ତାହାକୁ ନେଇ ଆପତ୍ତି ଉଠାଇଥିଲା। ବିରୋଧୀ ଦଳ ଓ ଟିକସ ବିଶେଷଜ୍ଞମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ତାହାକୁ ଦୃଷ୍ଟିରେ ରଖି ସ୍ଥାବର ସମ୍ପତ୍ତି ବିକ୍ରି ପାଇଁ ଏଲ୍‌ଟିସିଜିରେ ପରିବର୍ତ୍ତନ କରାଯାଉଛି।

Advertisment

ସମ୍ପତ୍ତି ବିକ୍ରିରୁ ହେଉଥିବା ଲାଭ ଉପରେ ଟିକସ ଦେବା ଲାଗି ଟିକସଦାତାଙ୍କୁ ସରକାର ଦୁଇଟି ବିକଳ୍ପ ପ୍ରଦାନ କରିବେ। ଗୋଟିଏ ହେଉଛି ପୂର୍ବରୁ ପ୍ରଚଳନରେ ଥିବା ପୁରୁଣା ଢାଞ୍ଚା ଓ ବଜେଟ୍‌ରେ ଘୋଷଣା ହୋଇଥିବା ନୂଆ ଢାଞ୍ଚା। ଯଦି ଟିକସଦାତା ଇଣ୍ଡେକ୍ସେସନ୍‌ର ଲାଭ ଉଠାଇବେ ନାହିଁ ତେବେ ତାଙ୍କୁ ୧୨.୫ ପ୍ରତିଶତ ହାରରେ ଏଲ୍‌ଟିସିଜି ଟିକସ ଗଣିବାକୁ ପଡ଼ିବ। ଯଦି ଇଣ୍ଡେକ୍ସେସନ୍‌ର ଲାଭ ନେବେ ତେବେ ତାଙ୍କୁ ୨୦ ପ୍ରତିଶତ ହାରରେ ଟିକସ ଦେବାକୁ ହେବ। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଇଣ୍ଡେକ୍ସେସନ୍‌ର ଲାଭ କେବଳ ସେହି ଲୋକମାନଙ୍କୁ ମିଳିବ ଯେଉଁମାନେ ଚଳିତ ବର୍ଷ ଜୁଲାଇ ୨୩ ପୂର୍ବରୁ ସମ୍ପତ୍ତି କିଣିଛନ୍ତି। ଚଳିତ ବର୍ଷ ବଜେଟ୍‌ରେ ରିଅଲ ଇଷ୍ଟେଟ୍‌ ଇଣ୍ଡେକ୍ସେସନ୍ ଫାଇଦାକୁ ହଟାଇ ଦିଆଯାଇଥିଲା। ମଙ୍ଗଳବାର ଅର୍ଥ ବିଲ୍‌ରେ ସଂଶୋଧନ କରି ତାହାକୁ ପୁଣି ଲାଗୁ କରାଯାଇଛି। ବୁଧବାର ଅର୍ଥ ବିଲ୍‌ ଉପରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି କହିଛନ୍ତି ଯେ ଟିକସ ରାଜସ୍ବ ବଢ଼ାଇବା ଲାଗି ଇଣ୍ଡେକ୍ସେସନ୍ ସୁବିଧା ପ୍ରତ୍ୟାହାର କରାଯାଇନଥିଲା। ସବୁ ପ୍ରକାର ସମ୍ପତ୍ତିକୁ ଗୋଟିଏ ବର୍ଗରେ ରଖିବା ଲାଗି ଏଭଳି କରାଯାଇଥିଲା।