ନୂଆଦିଲ୍ଲୀ: ଏକ ନିବେଶ ମାଧ୍ୟମ ଭାବେ ପ୍ରାୟ ଚମକ ହରାଉଥିବା ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି)ରେ ପୁଣି ଚମକ ଫେରିଛି। ଦେଶର ଦୁଇ ପ୍ରମୁଖ ବ୍ୟାଙ୍କ ଏଫ୍ଡି ସୁଧ ବଢ଼ାଇଛନ୍ତି। ପ୍ରଥମେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚ୍ଡିଏଫ୍ସି ସୁଧ ବୃଦ୍ଧି କରିବା ପରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ସୁଧ ବଢ଼ାଇବା ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସେଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ବର୍ଷିକିଆ ଏଫ୍ଡିରେ ସୁଧ ହାରକୁ ୫.୧% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ତାହା ୫% ଥିଲା। ନୂତନ ସୁଧ ଫେବ୍ରୁଆରି ୧୫ରୁ ଲାଗୁ ହୋଇଛି। ବରିଷ୍ଠ ନାଗରିକମାନେ ପୂର୍ବରୁ ୫.୫% ସୁଧ ପାଉଥିଲେ। ଆଗକୁ ସେମାନେ ୫.୬% ହାରରେ ସୁଧ ପାଇବେ। ଗତ ଡିସେମ୍ବରରେ ଷ୍ଟେଟ୍ ବ୍ୟାଙ୍କ ଏହାର ବେସ୍ ରେଟ୍କୁ ୭.୫୫%କୁ ବୃଦ୍ଧି କରିଥିଲା। ସେବେଠାରୁ କମ୍ ସୁଧ ସ୍ଥିତି ବଦଳିବା ଆରମ୍ଭ ହୋଇଛି। ଯଦିଓ ବେସ୍ ରେଟ୍କୁ ଋଣ କ୍ଷେତ୍ରର ସୁଧ ହିସାବ ଲାଗି ରେଫରେନ୍ସ ରେଟ୍ ଭାବେ ଗ୍ରହଣ କରାଯାଉଛି, କିନ୍ତୁ ଏହା ଅନ୍ୟ ସବୁ ପ୍ରକାର ସୁଧ ହାର କେତେ ରହିବ ତାହାର ଏକ ସଙ୍କେତ ପ୍ରଦାନ କରିଥାଏ। ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ଏଫ୍ଡି ଉପରେ ସୁଧରେ ୦.୧% ବୃଦ୍ଧି କରାଯାଇଛି।
ଫିକ୍ସଡ୍ ଡିପୋଜିଟ୍ ସୁଧ ବଢ଼ିଲା: ଏଚ୍ଡିଏଫ୍ସି ପରେ ଷ୍ଟେଟ୍ ବ୍ୟାଙ୍କ ବଢ଼ାଇଲା
/sambad/media/post_attachments/wp-content/uploads/2022/01/intrest-rate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)