ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ମାତ୍ର ୯୧୫ଟଙ୍କାରେ ୬୩ସହରକୁ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସ୍ଥାନକୁ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏହି ଅଫର ଜରିଆରେ ଆପଣ ଶସ୍ତାରେ ବିମାନ ଯାତ୍ରା କରି ପାରିବେ। ଇଣ୍ଡିଗୋ ୧୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଅଫର ଆଣିଛି। ଆପଣ ଆଜିଠାରୁ ଏହି ଅଫରର ଲାଭ ଉଠାଇ ପାରିବେ ।
ଇଣ୍ଡିଗୋ ଏହି ଅଫର ସମ୍ପର୍କରେ ସୂଚନା ଦେଇ ଲେଖିଛି, ଅଫର ଜରିଆରେ ଯାତ୍ରୀ ମାତ୍ର ୯୧୫ଟଙ୍କାରେ ବିମାନ ଯାତ୍ରା କରି ପାରିବେ। ୨୦୨୧ ସେପ୍ଟେମ୍ବର ୧ରୁ ୨୦୨୨ ମାର୍ଚ୍ଚ ୨୬ ତାରିଖ ମଧ୍ୟରେ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏହି ଅଫରର ଲାଭ ଯାତ୍ରୀ ଉଠାଇ ପାରିବେ।

ଅର୍ଥାତ ଅଗଷ୍ଟ ୪ ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ଏହି ଅଫର ରହିଛି । ଏହି ଅଫରରେ ଗ୍ରାହକମାନେ ଏଚଏସବିସି କ୍ରେଡିଟ୍ କାର୍ଡରେ ଅତିରିକ୍ତ ରିହାତି ପାଇବେ। ଗ୍ରାହକଙ୍କୁ ଅତିରିକ୍ତ ୫ ପ୍ରତିଶତ କ୍ୟାସ ବ୍ୟାକ୍ ଅଫର ମିଳିବ ଯାହା ସର୍ବନିମ୍ନ ୩୦୦୦ ଟଙ୍କା ଟ୍ରାନଜାକସନ ଉପଲବ୍ଧ ହେବ ଏବଂ ଏହି କ୍ୟାସବ୍ୟାକ୍ ୭୫୦ ଟଙ୍କା ପର୍ଯ୍ୟନ୍ତ ରହିବ।

ଏହି ଅଫର ଜରିଆରେ ଯାତ୍ରୀ ୬୩ଟି ସହରକୁ ଯାତ୍ରା କରି ପାରିବେ। ଉକ୍ତ ସହରଗୁଡ଼ିକ ମଧ୍ୟରେ ଆଗ୍ରା, ଅଗରତାଲା, ଅହମଦାବାଦ, ଅମୃତସର, ଔରଙ୍ଗାବାଦ, ବେଙ୍ଗାଲୁରୁ, ଭୋପାଲ, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, ଡେରାଡୁନ, କୋଏମ୍ବାଟୁର, ଦିଲ୍ଲୀ, ଗୟା, ଗୋଆ, ଗୋରଖପୁର, ଗୁଆହାଟୀ, ହାଇଦ୍ରାବାଦ, ଇମ୍ଫାଲ, ଇନ୍ଦୋର, ଜୟପୁର, ଜାମ୍ମୁ, ଯୋଧପୁର, କନ୍ନୁର, କୋଚି, କୋଲକାତା, କୋଲ୍ହାପୁର, କୋଝିକୋଡ଼, ଲେହ, ଲକ୍ଷ୍ନୌ, ବଗଡୋରା, ବେଲଗାମ, ମଦୁରାଇ, ମୁମ୍ବାଇ, ମଇଶୁର, ପାଟନା, ପୋର୍ଟ ବ୍ଲେୟର, ନାଗପୁର, ପ୍ରୟାଗରାଜ, ରାଞ୍ଚି, ଶିଲଂଗ, ସିରଡ଼ି, ଶ୍ରୀନଗର, ସୀଲଚର, ସୁରଟ, ତ୍ରିଚୁରାପଲ୍ଲୀ, ତୁରୁପତି, ତ୍ରିଭେନ୍ଦ୍ରମ, ଉଦୟପୁର, ବାରାଣାସୀ, ପୁନେ, ରାୟପୁର, ବିଜୟବାଡା, ବିଶାଖାପାଟ୍ଟନମ, ଦିମାପୁର,ହୁଵାଲୀ ଆଦି ରହିଛି।

 

ସମ୍ବନ୍ଧିତ ଖବର