ଏୟାରଷ୍ଟ୍ରିପ ପ୍ରସ୍ତୁତି ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ, ରଙ୍ଗେଇଲୁଣ୍ଡା-ଜୟପୁରରୁ ଉଡ଼ିବ ବିମାନ

ରଙ୍ଗେଇଲୁଣ୍ଡା: ଖୁବଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ । ଉଡାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡିବା ନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇଟି ଏୟାରଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଲାଣି । ତେଣୁ ଖୁବଶୀଘ୍ର ବିମାନ ଚଳାଚଳକୁ ଅନୁମତି ମିଳିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ସେହିଭଳି ଆଉ କୌଣସି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସମସ୍ୟା ରହିବନି । ସେପ୍ଟେମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ନେଇ ହୋଇଥିଲା ଆଲୋଚନା । ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ରହିଛି ତାକୁ ସମାଧାନ କରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଯେଉଁଠି ଆର୍ଥିକ ସମସ୍ୟା ଦେଖାଯାଉଛି ତାକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅଧା ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ସମ୍ବନ୍ଧିତ ଖବର