ନୂଆଦିଲ୍ଲୀ: ବିମାନ ଟିକେଟ ବାତିଲ ଉପରେ ଫେରସ୍ତ ଉପଲବ୍ଧ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି, କେତେ ଟଙ୍କା ମିଳିଥାଏ ଫେରସ୍ତ ଆକାରରେ? ଯେଉଁମାନେ ଟିକେଟ୍ ବାତିଲ୍ ପ୍ରକ୍ରିୟା ଦେଇ ଯାଇଛନ୍ତି ସେମାନେ ଏହି ପ୍ରଶ୍ନର ସଠିକ୍ ଉତ୍ତର ପାଇସାରିଥିବେ।
ଆମେ ଆଜି ଆପଣଙ୍କୁ ଜଣେ ଆଇଏଏସ୍ ଅଧିକାରୀଙ୍କ ଟ୍ୱିଟ୍ ବିଷୟରେ କହିବୁ। ଯାହାକି ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି। ଅଧିକାରୀ ଜଣକ ତାଙ୍କ ଟିକେଟ୍ ବାତିଲ୍ର ଅଭିଜ୍ଞତା ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଅଧିକାରୀ ଜଣକ ୧୩, ୮୨୦ ଟଙ୍କା ମୂଲ୍ୟର ଏକ ବିମାନ ଟିକେଟ ବାତିଲ କରାଥିଲେ। ତେବେ ବାତିଲ୍ ଚାର୍ଜ ବାବଦରେ କେତେ ଟଙ୍କା କଟିଛି ଓ କେତେ ଟଙ୍କା ତାଙ୍କୁ ଫେରସ୍ତ ମିଳିଛି ତାହା ସେ ଜଣାଇଛନ୍ତି।
Pls suggest some good investment plans for my refund. pic.twitter.com/lcUEMVQBnq
— Rahul Kumar (@Rahulkumar_IAS) July 10, 2023
ବିମାନ ଟିକେଟକୁ ନେଇ ଘଟିଥିବା ଏହି ଘଟଣା ବିଷୟରେ ବିହାର କ୍ୟାଡର ଆଇଏଏସ୍ ଅଧିକାରୀ ରାହୁଲ କୁମାର ଜୁଲାଇ ୧୧ ତାରିଖରେ ଟ୍ୱିଟରରେ ସେୟାର କରି ବ୍ୟାଙ୍ଗାତ୍ମକ ଭାବେ ଲେଖିଛନ୍ତି , ‘ଦୟାକରି ମୋ ଫେରସ୍ତ ଟଙ୍କାରେ କିଛି ଭଲ ପୁଞ୍ଜି ଯୋଜନାର ପରାମର୍ଶ ଦିଅନ୍ତୁ’। କାରଣ ସେ ୧୩,୮୨୦ ଟଙ୍କାର ଟିକେଟ୍ କରିଥିବା ବେଳେ ବାତିଲ୍ ଚାର୍ଜ ବାବଦକୁ ତାଙ୍କର କଟିଯାଇଛି ୧୩,୮୦୦ ଟଙ୍କା।
ତାଙ୍କର ଏହି ପୋଷ୍ଟ୍ରେ ଏବେ ସୁଦ୍ଧା ୫ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି। ପ୍ରାୟ ସଢ଼େ ୫ ହଜାର ଲାଇକ୍ ମିଳିଛି। କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମଜାରେ ‘ଟମାଟର୍ କିଲୋଟେ ପାଇଁ ତ ଟଙ୍କା ଦେଇଥାନ୍ତ’ ବୋଲି ଲେଖିଛନ୍ତି।