ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି। ଏହି ସମୟରେ ପିଲାଙ୍କ ପରୀକ୍ଷା ସରିଯାଉଥିବା ବେଳେ ସ୍କୁଲ ଛୁଟି ବି ହୋଇଯାଇଥାଏ। ତେଣୁ ବାପା-ମା’ମାନେ ବୁଲି ଯିବାକୁ ଯୋଜନା କରି ଥାଆନ୍ତି। ତେବେ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା ରଖିଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ରହିଛି।
କିଛିଦିନ ହେବ ଏୟାରଲାଇନ୍ସ କମ୍ପାନି ବିମାନ ଟିକେଟରେ ସ୍ବତନ୍ତ୍ର ଅଫର ପ୍ରଦାନ କରୁଛନ୍ତି। ଏହି କ୍ରମରେ ଗୋ ଫାଷ୍ଟ ଏୟାରଲାଇନ୍ସ ତାର ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫରର ଭେଟି ଦେଉଛି। ଏହି ଅଫର ଜରିଆରେ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ।
ଗୋ ଫାଷ୍ଟ ଟୁଇଟରରେ ପୋଷ୍ଟ ସେୟାର କରି ଏହି ଅଫର ବିଷୟରେ ସୂଚନା ଦେଇଛି । କମ୍ପାନି କହିଛି ଯେ ଆପଣଙ୍କ ପ୍ରିୟ ଭ୍ରମଣ ଗନ୍ତବ୍ୟସ୍ଥଳ ପାଇଁ ସର୍ବନିମ୍ନ ଭଡାରେ ଟିକେଟ ବୁକ କରିବାର ପାଇଁ ଶେଷ ସୁଯୋଗ। ଏହି ବିକ୍ରୟ ଆଜି ଶେଷ ହେଉଛି। ଆପଣ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗୋଫାଷ୍ଟ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପାଇଁ ଏହି ବିକ୍ରୟ ଆରମ୍ଭ କରିଛି। ଏହି ବିକ୍ରୟରେ ଘରୋଇ ବିମାନ ଟିକେଟ୍ ପ୍ରାରମ୍ଭିକ ମୂଲ୍ୟରେ ମାତ୍ର ୧୧୯୯ ଟଙ୍କାରେ ଯାତ୍ରୀ ଟିକେଟ କାଟି ପାରିବେ। ଅନ୍ୟପକ୍ଷରେ, ଯଦି ଆମେ ଆନ୍ତର୍ଜାତୀୟ ବିମାନ ଟିକେଟ୍ ମୂଲ୍ୟ ବିଷୟରେ ଆଲୋଚନା କରିବା, ତେବେ ଏହାର ଆରମ୍ଭ ମୂଲ୍ୟ ହେଉଛି ୧୩,୨୯୯ ଟଙ୍କା । ଏହି ବୁକ ଜରିଆରେ ଆପଣ ଚଳିତ ମାସ ମାର୍ଚ୍ଚ ୨୨ରୁ ସେପ୍ଟେମ୍ବର ୩୦ ଭିତରେ ଯାତ୍ରା କରି ପାରିବେ। ଏହି ଅଫର୍ ଗ୍ରୁପ୍ ଟିକେଟ୍ ବୁକିଂ ପାଇଁ ଉପଲବ୍ଧ ହେବ ନାହିଁ।
ଗୋ ଫାଷ୍ଟର ଅଫିସିଆଲ୍ ୱେବସାଇଟ୍ https://www.flygofirst.com/ ପରିଦର୍ଶନ କରି ଆପଣ ଏହି ବିକ୍ରୟ ବିଷୟରେ ଅଧିକ ସୂଚନା ପାଇପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/0958-1.jpg)