ନୂଆଦିଲ୍ଲୀ: ପ୍ରତିବର୍ଷ ଦୁର୍ଗାପୂଜାରେ ‘ବିଗ୍ ବିଲିୟନ ଡେ’ ଅଫର୍ ନେଇ ଆସୁଥିବା ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟ ନିକଟରେ ଏ ବର୍ଷର ସେଲ୍ ତାରିଖ ଘୋଷଣା କରିଛି। ଏହି ବିକ୍ରୟ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ୬ ଦିନିଆ ସେଲ୍ ବ୍ୟତୀତ କମ୍ପାନି ଅକ୍ଟୋବର ୧୫ ତାରିଖରେ ଫ୍ଲିପକାର୍ଟ ପ୍ଲସ୍ ଗ୍ରାହକମାନଙ୍କ ପାଇଁ ଏକ ‘ପ୍ରାରମ୍ଭିକ ପ୍ରବେଶ’ ଉତ୍ସବର ଆୟୋଜନ କରିବ ବୋଲି ସୂଚନା ରହିଛି।
ଫ୍ଲିପକାର୍ଟ ପକ୍ଷରୁ କୁହାଯାଇଛି ଯେ ବିଗ୍ ବିଲିୟନ ଡେରେ ସପିଂ କରୁଥିବା ଗ୍ରାହକମାନେ ସେମାନଙ୍କ ଏସବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇପାରିବେ। ଏହା ସହିତ, ପେଟିଏମ୍ ୱାଲେଟ୍ ଏବଂ ପେଟିଏମ୍ ୟୁପିଇ ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ନିଶ୍ଚିତ କ୍ୟାସବ୍ୟାକ୍ ପ୍ରଦାନ କରିବାକୁ କମ୍ପାନି ପେଟିଏମ୍ ସହିତ ସହଭାଗୀ ହୋଇଛି। ବିଗ୍ ବିଲିୟନ ଡେ-୨୦୨୦ର ଘୋଷଣା କରି କମ୍ପାନିର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି, ‘ବିଗ୍ ବିଲିୟନ ଡେ ବ୍ରାଣ୍ଡ୍ମାନଙ୍କର ପାଇଁ ଏକ ଉତ୍ସବର ଦିନ।’
/sambad/media/post_attachments/wp-content/uploads/2020/10/Untitled-2-300x168.jpg)
ଏହି ସେଲ୍ରେ ଫ୍ଲିପକାର୍ଟ ମୋବାଇଲ୍, ଟିଭି, ଉପକରଣ, ଫ୍ୟାସନ୍, ସୌନ୍ଦର୍ଯ୍ୟ, ଘର ଏବଂ ରୋଷେଇ ଘର, ଆସବାପତ୍ର, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ବର୍ଗରୁ ଉତ୍ପାଦ ଉପରେ ଅଫର ଏବଂ ରିହାତି ପ୍ରଦାନ କରିବ। ହେଡଫୋନ୍ ଏବଂ ସ୍ପିକରରେ ୮୦ ପ୍ରତିଶତ ରିହାତି ମିଳିବ ବୋଲି କମ୍ପାନି ପ୍ରକାଶ କରିଛି। ଆଧୁନିକ ପୋଷାକ ଉପରେ ମଧ୍ୟ ୮୦ ପ୍ରତିଶତ ରିହାତି ପ୍ରଦାନ କରିବ ବୋଲି ସୂଚନା ମିଳିଛି। କିଛି ଲାପ୍ଟପ୍ ଓ କ୍ୟାମେରାରେ ମଧ୍ୟ ସମାନ ରିହାତି ଦଉଛି ଫ୍ଲିପ୍କାର୍ଟ।