ନୂଆଦିଲ୍ଲୀ: ଚଳିତ ବର୍ଷ ଦ ବିଗ୍ ବିଲିୟନ୍ ଡେଜ ସେଲ-୨ ସିଜନ୍ରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ଦେବା ପରେ ଫ୍ଲିପ୍କାର୍ଟ ଏବେ ବିଗ୍ ଦୀପାବଳି ସେଲ ନେଇ ଆସିଛି। ଯେଉଁଥିରେ ଚଳିତ ଥର ସ୍ମାର୍ଟଫୋନ୍ରୁ ନେଇ ଅନ୍ୟାନ୍ୟ ସାମଗ୍ରୀ ଉପରେ ୮୦ ପ୍ରତିଶତ ଛାଡ ମିଳିବ। ଏହି ସେଲ ନଭେମ୍ବର ୧ରୁ ଆରମ୍ଭ ହୋଇ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିବ।
ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ଓ ଟ୍ୟାବ୍ରେ ବମ୍ପର ଅଫର ମିଳିବ। ନୋକିଆ ୫.୧ ପ୍ଲସ୍, ଅନର ୯ଏନ୍, ରିୟଲମି ୨ ପ୍ରୋ ଓ alcatel a୩ ୧୦ ଭଳି ଅନେକ ସ୍ମାର୍ଟଫୋନ୍ରେ ଟପ୍ ଡିସ୍କାଉଣ୍ଟ ମିଳିବ। ଅନର ୯ଏନ୍ର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପ୍କାର୍ଟରେ ବିଗ୍ ଦୀପାବଳି ସେଲ୍ରେ ଏହା ୯ହଜାର ଟଙ୍କାରେ ଗ୍ରାହକ କିଣି ପାରିବେ। ନୋକିଆ ଭଳି କମ୍ପାନିର କ୍ୟାମେରାରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ମିଳୁଛି। ସେହିପରି ଜିବିଏଲ, ସେନହାଇଜର ଭଳି ଟପ୍ କମ୍ପାନିର ହେଡଫୋନ୍ସରେ ୪୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।
/sambad/media/post_attachments/wp-content/uploads/2018/10/download-2-24.jpg)
ଟିଭିରୁ ନେଇ ଅନ୍ୟ ଘରୋଇ ସାମଗ୍ରୀ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ଏକ୍ସଚେଞ୍ଜ୍ ଅଫର ଓ ନୋ କଷ୍ଟ ଇଏମ୍ଆଇର ସୁବିଧା ବି ରହିଛି। ଓ୍ଵାସିଂ ମେସିନ୍ରେ ଚଳିତ ଥର ଜବରଦସ୍ତ ରିହାତି ବି ମିଳୁଛି। ଏଥିସହିତ ଏହି ସେଲରେ ଗ୍ରାହକ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଓ ରୋଷେଇ ସାମଗ୍ରୀ ଉପରେ ବି ୮୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ପାଇ ପାରିବେ।
ଫେସନ୍ ସେଗମେଣ୍ଟରେ ଚଳିତ ଥର ଗ୍ରାହକଙ୍କୁ ଜବରଦସ୍ତ ଛାଡ଼ ମିଳିବ। ଏକ ହଜାରରୁ ଅଧିକ ଟପ୍ ବ୍ରାଣ୍ଡର ପ୍ରଡକ୍ସରେ ୫୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଜିନ୍ସ ଉପରେ ୪୦ ପ୍ରତିଶତ ଛାଡ଼ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/download-90.jpg)