ଆରମ୍ଭ ହେଲା ଫ୍ଲିପ୍‌କାର୍ଟର ‘ବିଗ୍‌ ସେଭିଙ୍ଗ୍‌ସ‌ ଡେ’ ଅଫର୍, ଏହି ସବୁ ଫୋନ୍‌ କିଣିଲେ ଲାଭବାନ ହୋଇପାରିବେ

ମୁମ୍ବାଇ: ଫ୍ଲିପ୍‌କାର୍ଟର ‘ବିଗ୍‌ ସେଭିଙ୍ଗ୍‌ସ‌ ଡେ’ ଅଫର୍‌ ଗ୍ରାହକମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି। ଇଲେକ୍ଟ୍ରୋନିକ୍ସ, ସ୍ମାର୍ଟଫୋନ୍, ପୋଷାକ, ଜୋତା ଏବଂ ସ୍ୟାଣ୍ଡେ୍‌ଲରୁ ନେଇ ସୌନ୍ଦର୍ଯ୍ୟ, କ୍ରିଡ଼ା ଏବଂ ଶିଶୁ ଆଦି ସଂପର୍କିତ ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କୁ ସୁବିଧା ମୂଲ୍ୟରେ ମିଳୁଛି। ତେବେ, ଫ୍ଲିପ୍‌କାର୍ଟର ଏହି ଅଫର୍‌ ସମୟରେ ଯେଉଁ ସବୁ ସ୍ମାର୍ଟଫୋନ୍‌ କିଣିଲେ ଆପଣ ଲାଭବାନ ରହିବେ ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ଆପଣ କିଣିପାରନ୍ତି ରିୟଲ୍‌ ମି ୭। ଏହ ୧୩,୯୯୯ ଟଙ୍କା ଅଫର୍‌ ଦରରେ ଉପଲବ୍ଧ ହେବ। ଏହି ଫୋନ୍‌ର ସ୍କ୍ରିନ୍‌ ରହିଛି ୬.୫ ଇଞ୍ଚ୍‌। ବ୍ୟାଟେରି ୫୦୦୦ ଏମ୍‌ଏଏଚ୍‌।

ଏହାବ୍ୟତୀତ ଆଇଫୋନ୍‌ କିଣିବାର ଇଚ୍ଛା ରଖିଥଲେ ଆପଣ ଆଇଫୋନ୍‌ ୧୧ କିିଣିପାରନ୍ତି। ଏହା ଆପଣଙ୍କୁ ୪୮, ୯୯୯ ଟଙ୍କାରେ ମିଳିଯିବ। ଏହାର ଡିସ୍‌ପ୍ଲେ ୬.୧ ଇଞ୍ଚ୍‌।

ରିୟଲ୍‌ ମି ୬ ଆପଣଙ୍କ ପାଇଁ ଉପଲବ୍ଧ ହେଉଛି ୧୨, ୯୯୯ ଟଙ୍କାରେ। ‌ଫୋନ୍‌ଟି ୬.୫ ଇଞ୍ଚ୍‌ର। ବ୍ୟାଟେରି ରହିଛି ୪୩୦୦ ଏମ୍‌ଏଏଚ୍‌।

ସାମ୍‌ସଙ୍ଗ୍‌ ଏଫ୍‌୪୧ର ଦର ରହିଛି ୧୩,୯୯୯ ଟଙ୍କା। ଏହାର ବ୍ୟାଟେରି ରହିଛି ୬୦୦୦ ଏମ୍‌ଏଏଚ୍‌। ଫୋନ୍‌ର ସାଇଜ୍‌ ୬.୪ ଇଞ୍ଚ୍‌। ୬୪ ମେଗାପିକ୍ସେଲ୍‌ କ୍ୟାମେରା।

ପୋକୋ ଏକ୍ସ୩ ଉପଲବ୍ଧ ହେବ ୧୪,୯୯୯ ଟଙ୍କାରେ। ଫୋନ୍‌ଟିର ସାଇଜ୍‌ ୬.୬୭ ଇଞ୍ଚ୍‌। ୨୦ ମେଗାପିକ୍ସେଲ୍‌ ଫ୍ରଣ୍ଟ୍‌ କ୍ୟାମେରା।

ଉଲ୍ଲେଖଯୋଗ୍ୟ, ଗ୍ରାହକମାନଙ୍କ ପାଇଁ ଆଉ ଏକ ବଡ଼ ସେଲ୍‌ ନେଇ ଆସିଛି ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ। ଜାନୁଆରି ୨୦ରୁ ୨୪ ତାରିଖ ମଧ୍ୟରେ ଚାଲିବ ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂସ ଡେ ସେଲ୍‌।

ସମ୍ବନ୍ଧିତ ଖବର