ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ: ୧ ଟଙ୍କାରେ ସାମଗ୍ରୀର ପ୍ରି ବୁକ୍ କରି ପାରିବେ ଗ୍ରାହକ 

ନୂଆଦିଲ୍ଲୀ: ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି।  ଏହି ସେଲ୍ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ | ୩ ଦିନ ମଧ୍ୟରେ ଇ-କମର୍ସ ୱେବସାଇଟରେ ସାମଗ୍ରୀଗୁଡ଼ିକ ଉପରେ ରିହାତି ରହିବା ସହିତ ଅନେକ ଅଫର ବି ଗ୍ରାହକ ପାଇ ପାରିବେ। ଏହି ସେଲରେ ମୋବାଇଲ୍, ଟାବଲେଟ୍, ଟିଭି, ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀକୁ ଗ୍ରାହକ କ୍ରୟ କରି ପାରିବେ |

ଏଥିସହିତ ଫ୍ଲିପକାର୍ଟ ମଧ୍ୟ ଗ୍ରାହକମାନଙ୍କୁ ୧ ଟଙ୍କାରେ ନିଜ ଇଚ୍ଛା ମୁତାବକ ସାମଗ୍ରୀର ପ୍ରି-ବୁକ୍ କରିବାର ଅଫର୍ ବି ଦେଉଛି | ଏହି ପ୍ରି-ବୁକ୍ ଅଫର୍ ସମୟ  ସେପ୍ଟେମ୍ବର ୧୫ରୁ ୧୬ ମଧ୍ୟରେ ରହିଛି | ଏସବିଆଇ କାର୍ଡ ବ୍ୟବହାରକାରୀମାନେ ଇଏମଆଇ ଏବଂ କାର୍ଡ ମାଧ୍ୟମରେ କ୍ରୟ କଲେ ଏଥିରେ ମଧ୍ୟ ରିହାତି ପାଇପାରିବେ |

ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ବିକ୍ରିରେ ଉପଲବ୍ଧ ହେବାକୁ ଥିବା ସାମଗ୍ରୀଗୁଡିକର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ | କିନ୍ତୁ ମୋବାଇଲ୍ ଫୋନ୍ ଏବଂ ଟାବଲେଟ୍ ବିଷୟରେ ଉଲ୍ଲେଖ ଅଛି । ଯାହା ବିନା ମୂଲ୍ୟରେ ଇଏମଆଇ, କାର୍ଡଲେସ୍ କ୍ରେଡିଟ୍ ଏବଂ ଏକ୍ସଚେଞ୍ଜ୍ ଅଫର୍ ସହିତ କିଣା ଯାଇପାରିବ |

ବିଗ୍ ସେଭିଙ୍ଗ୍ ଡେ ବିକ୍ରିରେ ୩କୋଟିରୁ  ଅଧିକ ଇଲେକ୍ଟ୍ରୋନିକ୍ ଏବଂ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ ହେବ | ଏଗୁଡ଼ିକରେ ବିନା ମୂଲ୍ୟରେ ଇଏମଆଇ ଏବଂ ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ ହେବ | ସାମଗ୍ରୀଗୁଡ଼ିକ ବିଷୟରେ କହିବାକୁ ଗଲେ ଆପଣ ୱୟାରଲେସ୍ ମାଉସ୍, କିବୋର୍ଡ୍, ପାୱାର୍ ବ୍ୟାଙ୍କ, କେବୁଲ୍, ହେଡଫୋନ୍ ଆଦି ଉପରେ ଆକର୍ଷଣୀୟ ରିହାତି ପାଇ ପାରିବେ | ଏହା ବ୍ୟତୀତ, ଏସବିଆଇ କାର୍ଡ ବ୍ୟବହାରକାରୀମାନେ ଏସବିଆଇ କ୍ରେଡିଟ୍ କାର୍ଡ ଏବଂ ଇଏମଆଇ  କାରବାର ଉପରେ ୧୦ପ୍ରତିଶତ ତତକ୍ଷଣାତ୍ ରିହାତି ପାଇ ପାରିବେ |

ଏହା ବ୍ୟତୀତ ଫ୍ଲିପକାର୍ଟ ୧ ଟଙ୍କାରେ ସାମଗ୍ରୀଗୁଡ଼ିକୁ ପ୍ରି-ବୁକ୍ କରିବାକୁ ଏବଂ ଗ୍ୟାରେଣ୍ଟି ଷ୍ଟକ୍ ପାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ପ୍ରି-ବୁକ୍ କରିବାକୁ ଗ୍ରାହକଙ୍କୁ ଫ୍ଲିପକାର୍ଟର ହୋମ ପେଜରେ ଥିବା ପ୍ରି-ବୁକ୍ ଷ୍ଟୋରକୁ ଯାଇ ନିଜର ଅର୍ଡର କରିବା ପାଇଁ ୧ ଟଙ୍କା ଦେବାକୁ ପଡିବ | ଏହା ପରେ ୧୮ ସେପ୍ଟେମ୍ବରରେ ଅବଶିଷ୍ଟ ଟଙ୍କା ଦେଇ ସାମଗ୍ରୀ କ୍ରୟ କରି ପାରିବେ।

 

ସମ୍ବନ୍ଧିତ ଖବର