ମୁମ୍ବାଇ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ବିଗ୍ ସେଭିଂସ ଡେ ୨୦୨୧ ଆରମ୍ଭ ହୋଇଯାଇଛି। ଯେଉଁଥିରେ କି ବିଶେଷ କରି ସ୍ମାର୍ଟଫୋଗୁଡ଼ିକରେ ଆକର୍ଷଣୀୟ ଅଫର୍ ସବୁ ରହିଛି। ଏହି ସେଲ୍ ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଗ୍ରାହକମାନଙ୍କ ପାଇଁ ସେଲ୍ ମାର୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସ୍ମାର୍ଟଫୋନ୍ ସହ ଟିଭି, ଲାପଟପ୍ ଆଦି ମଧ୍ୟ ସୁବିଧାରେ ଉପଲବ୍ଧ ହେଉଛି।

Advertisment

ଅଫରଗୁଡିକ ଅନୁଯାୟୀ, ଫ୍ଲିପକାର୍ଟ ଗ୍ରାହକଙ୍କୁ ଏସବିଆଇ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର ଉପରେ ୧୦ ପ୍ରତିଶତ ରିହାତି ପ୍ରଦାନ କରୁଛି। ଏହି ସେଲ୍ ପ୍ରାରମ୍ଭରୁ ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟମାନଙ୍କ ପାଇଁ ଲାଗୁ ହୋଇ ମଧ୍ୟରାତ୍ର ପରେ ସମସ୍ତଙ୍କ ପାଇଁ ଲାଗୁ ହୋଇଛି।

ସେଲ୍ ସମୟରେ ଆପଣ ଯଦି ସାଓମି ରେଡମି ୯ କିଣୁଛନ୍ତି ତେବେ  ଆପଣଙ୍କୁ ପୈଠ କରିବାକୁ ପଡ଼ିବ ୯,୪୯୯ ଟଙ୍କା। ଯଦି ବ୍ୟବହାରକାରୀ ନିଜର ପୁରୁଣା ଡିଭାଇସକୁ ନୂଆ ଡିଭାଇସ୍ ସହ ବଦଳାଇ କରି ନିଅନ୍ତି ତେବେ ସେମାନଙ୍କ ପାଇଁ ଅତିରିକ୍ତ ରିହାତି ଦର ରହିବ ୮,୯୦୦ ଟଙ୍କା।

ସେହିପରି ଆପେଲ୍ ଆଇଫୋନ୍ ଏସ୍ଇ ଆପଣଙ୍କୁ ମିଳିଯିବ ୨୯,୯୯୯ ଟଙ୍କାରେ। ଅତିରିକ୍ତ ରିହାତି ଲାଗୁ ହେଲେ ୧୬,୫୦୦ ଟଙ୍କାରେ ଏହି ଡିଭାଇସ୍ ଉପଲବ୍ଧ ହେବ।

ଆପେଲ୍ ଆଇଫୋନ୍ ଏକ୍ସଆର୍ ୩୮, ୯୯୯ ଟଙ୍କାରେ ଉପଲବ୍ଧ ହେବ। ଏହି ଫୋନରେ ମଧ୍ୟ ବ୍ୟବହାରକାରୀ ଅତିରିକ୍ତ ରିହାତି ପାଇପାରିବେ।

ପୋକୋ ଏକ୍ସ୩ ୧୪,୯୯୯ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ଅତିରିକ୍ତ ରିହାତି ସହ ଏହା ଗ୍ରାହକଙ୍କୁ ୧୩,୫୫୦ ଟଙ୍କାରେ ମିଳିଯିବ।

ସେହିପରି ଆପେଲର ଆଇଫୋନ୍ ୧୧ ଓ ଆଇଫୋନ୍ ୧୧ ପ୍ରୋ ଯଥାକ୍ରମେ ୪୬,୯୯୯ ଓ ୭୯,୯୯୯ ଟଙ୍କାରେ ଉପଲବ୍ଧ।