ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି ‘ବିଗ୍ ସେଭିଂ ଡେ’, ମିଳିବ ଏସବୁ ସାମଗ୍ରୀରେ ରିହାତି

ନୂଆଦିଲ୍ଲୀ:  ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି ‘ବିଗ୍ ସେଭିଂ ଡେ’ । ଏହି ‘ବିଗ୍ ସେଭିଂ ଡେ’ ଜାନୁଆରି ୧୭ ତାରିଖରୁ ଆରମ୍ଭ ହେବ । ଆଉ ଜାନୁଆରି ୨୨ ଯାଏଁ ଚାଲିବ । ଏଥିରେ ଫ୍ଲିପକାର୍ଟ ସ୍ମାର୍ଟଫୋନ, ଲାପଟପ, ସ୍ମାର୍ଟ ଟିଭି ଓ ଅନ୍ୟ ବିଦ୍ୟୁତ ଉପକରଣ ଉପରେ ରିହାତି ଦେବ । ତେବେ କେବଳ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ମିଳିବ । ଏଥିରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।

ଏହି ସେଲରେ ରିୟଲମି ୮ଆଇର ଦାମ ଶସ୍ତା ହୋଇଯିବ । ଏଥିରେ ହଜାର ଟଙ୍କା ରିହାତି ମିଳିବ । ଫଳରେ ଏହି ସ୍ମାର୍ଟ ଫୋନର ଦାମ ୧୨,୯୯୯ ଟଙ୍କା ହୋଇଯିବ । ସେହିପରି ଏହି ସେଲ ଜରିଆରେ ମାଇକ୍ରୋମ୍ୟାକ୍ସ ଇନ ନୋଟ ୧ର ଦାମ ୧୦,୯୯୯ ଟଙ୍କା ହୋଇଯିବ ।

ସେହିପରି ସାମସଙ୍ଗ ଗାଲାକ୍ସି ଏଫ୧୨ କେବଳ ୯,୪୯୯ ଟଙ୍କାରେ ବିକ୍ରି ହେବ । ଏହି ସ୍ମାର୍ଟ ଫୋନରେ ୬,୦୦୦ଏମଏଏଚର ବ୍ୟାଟେରୀ ରହିଛି । ଏଥିରେ ଇକ୍ସିନୋସ ୮୫୦ଚିପସେଟ ଓ ୬.୫ ଇଞ୍ଚର ଏଚଡିପ୍ଲସ ଡିସପ୍ଲେ ଦିଆଯାଇଛି । ସେହିପରି ରେଡମି ୯ଆଇ ରିହାତି ସହ ୭,୫୪୯ ଟଙ୍କାରେ ବିକ୍ରି ହେବ । ଏହାସହ ଏହି ସେଲରେ ପୋକୋ ସି୩୧କୁ ୭,୯୯୯ରେ ବିକ୍ରି କରାଯିବ । ଏହାକୁ ୮,୪୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା ।

ସମ୍ବନ୍ଧିତ ଖବର