ଭୁବନେଶ୍ବର: ଅଗ୍ରଣୀ ଇ-କମର୍ସ କଂପାନି ଫ୍ଲିପ୍କାର୍ଟର ସର୍ବବୃହତ ସପିଙ୍ଗ୍ ଉତ୍ସବ ‘ବିଗ୍ ବିଲିଅନ୍ ଡେଜ୍’ ଚଳିତ ମାସ ୧୬ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ। ଏହି ଛଅ ଦିନିଆ ସପିଙ୍ଗ୍ ଉତ୍ସବରେ ଫ୍ଲିପ୍କାର୍ଟ ନୂଆ ଓ ପୁରୁଣା ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟରେ ବିଭିନ୍ନ ପ୍ରକାର ଉତ୍ପାଦ ଯୋଗାଇବ ଏବଂ ଏମ୍ଏସ୍ଏମ୍ଇ ଓ ବିକ୍ରେତାମାନଙ୍କୁ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବ। ଫ୍ଲିପ୍କାର୍ଟ ପ୍ଲସ୍ର ଗ୍ରାହକମାନେ ଏହି ଉତ୍ସବର ଲାଭ ଅକ୍ଟୋବର ୧୫ରୁ ପାଇପାରିବେ। କଂପାନିର ସିଇଓ କଲ୍ୟାଣ କ୍ରିଷ୍ଣମୂର୍ତ୍ତୀ ବିଗ୍ ବିଲିଅନ୍ ଡେଜ୍ ୨୦୨୦ ବିଷୟରେ ଘୋଷଣା କରିଛନ୍ତି। ଏହି ଅଭିଯାନର ପ୍ରଚାର କରିବା ଲାଗି କଂପାନି ଅମିତାଭ ବଚ୍ଚନ, ବିରାଟ କୋହଲି, ଆଲିଆ ଭଟ୍ଟ, ରଣବୀର କପୁର, ସୁଦୀପ କିଚ୍ଚା ଏବଂ ମହେଶ ବାବୁଙ୍କ ସହ ଯୋଡ଼ି ହୋଇଛି। ଗ୍ରାହକମାନେ ଏହି ଅବସରରେ ନିଜ ସୁପର୍ କଏନ୍କୁ ବ୍ୟବହାର କରି ରିୱାର୍ଡସ୍ ପାସ୍ ପାଇବେ। ବିଗ୍ ବିଲିଅନ୍ ଡେଜ୍ରେ ଏସ୍ବିଆଇର ଡେବିଟ୍ ଓ କ୍ରେଡିଟ୍ କାର୍ଡ ଗ୍ରାହକମାନେ ୧୦% ରିହାତି ପାଇପାରିବେ। ନୋ କଷ୍ଟ୍ ଇଏମ୍ଆଇ ସୁବିଧା ମଧ୍ୟ ଉପଲବ୍ଧ ହେବ।
ଫ୍ଲିପ୍କାର୍ଟ ବିଗ୍ ବିଲିଅନ୍ ଡେଜ୍ ୧୬ରୁ
/sambad/media/post_attachments/wp-content/uploads/2019/02/flipkart.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)