ଫ୍ଲିପକାର୍ଟର ବିଲିଅନ କ୍ୟାପଚର+ ସ୍ମାର୍ଟଫୋନ

ଭୁବନେଶ୍ୱର : ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ପକ୍ଷରୁ ଏହାର ପ୍ରଥମ ’ମେଡ୍‌ ଫର ଇଣ୍ଡିଆ’ ବିଲିଅନ କ୍ୟାପଚର+ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି। ଏହି ଫୋନ୍‌ ଭାରତରେ ଡିଜାଇନ, ପ୍ରସ୍ତୁତ ଏବଂ ପରୀକ୍ଷଣ ମଧ୍ୟ କରାଯାଇଛି। ଏହି ଫୋନ୍‌ ଫ୍ଲିପକାର୍ଟର ନିଜସ୍ୱ ଲେବଲ ବିଲିଅନର ଅଂଶ। କେବଳ ଫ୍ଲିପକାର୍ଟରେ ନଭେମ୍ବର ୧୫ରୁ ଏହା ମିଳିବ। ବିଲିଅନ କ୍ୟାପଚର+ର ବିଶେଷତ୍ୱ ଗୁଡ଼ିକ ହେଲା ଏଥିରେ ୧୩ ମେଗାପିକ୍ସଲ + ୧୩ ମେଗାପିକ୍ସଲ ଡୁଆଲ ପଛ କ୍ୟାମେରା, ଦ୍ରୁତ ଚାର୍ଜ ହେଉଥିବା ବ୍ୟାଟେରି, ଶକ୍ତଶାଳୀ ସ୍ନାପଡ୍ରାଗନ ୬୨୫ ଅକ୍ଟାକୋର ପ୍ରୋସେସର, ମାଗଣା ଅସୀମିତ କ୍ଲାଉଡ ଷ୍ଟୋରେଜ ଏବଂ ଆଣ୍ଡ୍ରଏଡ ନଗଟ। ଫୋନଟି ପ୍ରିମିୟମ ମେଟାଲ ବଡି ଯୁକ୍ତ ହୋଇଥିବାବେଳେ ସହଜରେ ବ୍ୟବହାର ପାଇଁ ପଛପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି। ଏହି ଫୋନ୍‌ ଭାରତୀୟ ଗ୍ରାହକଙ୍କୁ ଆନନ୍ଦ ପ୍ରଦାନ କରିବ ବୋଲି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଚିନ ବଂଶଲ କହିଛନ୍ତି। ସେହିଭଳି ବିଲିଅନ୍‌ର କାଟେଗୋରି ହେଡ୍‌ ହୃଷିକେଶ ଥିଟେ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ମେଡ୍‌ ଫର ଇଣ୍ଡିଆ ଫୋନ୍‌।

ସମ୍ବନ୍ଧିତ ଖବର