ଏବେ ଅନଲାଇନରେ ପରିିବା ବିକିବ ଫ୍ଲିପକାର୍ଟ, ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ଇ-ବାଣିଜ୍ୟ କମ୍ପାନି ଫ୍ଲିପକାର୍ଟ ଏବେ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ପୂର୍ବରୁ ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ମେକଅପ ସାମଗ୍ରୀ  ବିକ୍ରି କରୁଥିବା ଫ୍ଲିପକାର୍ଟ ଏବେ ଅନଲାଇନ୍ ବ୍ୟବସ୍ଥାରେ ପରିବା ବିକିବ ବୋଲି ଜଣା ପଡ଼ିଛି। ଏ ନେଇ କମ୍ପାନି ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ  ହୋଇଯାଇଛି। ଘରେ ଘରେ ଲୋକଙ୍କ ପାଖରେ ତାଜା ପରିବା ପହଞ୍ଚାଇବା ପାଇଁ ଫ୍ଲିପକାର୍ଟ ଅନଲାଇନ୍ ପରିବା ବ୍ୟବସାୟ ଆରମ୍ଭ କରିବ।

ମିଳିଥିବା ସୂଚନା ମୁତାବକ, ଅନଲାଇନରେ ପରିିବା ବିକିବା ନେଇ ଏବେ ଫ୍ଲିପକାର୍ଟ ବିକ୍ରେତାମାନଙ୍କ ସହ ସହଭାଗିତା ଆରମ୍ଭ କରିଛି। ହାଇଦ୍ରାବାଦରେ କମ୍ପାନି ନିଜର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଦେଇଥିବା ବେଳେ ଚାହିଦାକୁ ଦେଖି ଏହି ସୁବିଧା ଅନ୍ୟ ସ୍ଥାନରେ ମଧ୍ୟ ଦିଆଯିବ ବୋଲି ଜଣାପଡ଼ିଛି। ତେବେ ଫ୍ଲିପକାର୍ଟ ପୂର୍ବରୁ ଇ-ବାଣିଜ୍ୟ କମ୍ପାନି ଆମାଜନ ଅନଲାଇନ୍ ପରିବା ଡେଲିଭର କରିବା କାମ ଆରମ୍ଭ କରି ସାରିଛି। ଦେଶର କିଛି ସ୍ଥାନରେ ଆମାଜନ ଏବେ ଧିରେ ଧିରେ ଲୋକଙ୍କୁ ପରିବା ଯୋଗାଇବା ଆରମ୍ଭ କରିଥିବା ବେଳେ ଫ୍ଲିପକାର୍ଟ ଏବେ ହାଇଦ୍ରାବାଦରେ ପରିବା ବିକିବା ଆରମ୍ଭ କରିଛି।

Image result for Flipkart plans fresh fruits, vegetable delivery in partnership with vendors
Deccan Herald

ଫୁଡ୍ ଡେଲିଭରି ଆପ୍ ପରେ ଏବେ ଲୋକେ ଘରେ ବସି ପରିବା କିଣିବାକୁ ଚାହୁଥିବାରୁ ବିଭିନ୍ନ ଇ-ବାଣିଜ୍ୟ କମ୍ପାନି ଅନଲାଇନ୍ ପରିବା ବିକ୍ରି କରିବା ବିଷୟରେ ଚିନ୍ତା ପଦକ୍ଷେପ ନେଲେଣି। ଆମାଜନ ଏ ଦିଗରେ ଟିକେ ଆଗୁଆ ଥିବା ବେଳେ ଫ୍ଲିପକାର୍ଟ ନିଜର ନୂଆ ଯାତ୍ରା ଆରମ୍ଭ କରି ସାରିିଛି।

ସମ୍ବନ୍ଧିତ ଖବର