ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲ୍‌ରେ ସ୍ମାର୍ଟଫୋନ୍‌ ଉପରେ ମିଳିବ ଜବରଦସ୍ତ ଅଫର୍‌

ମୁମ୍ବାଇ: ଫ୍ଲିପ୍‌କାର୍ଟ ପକ୍ଷରୁ ବିଗ୍‌ ବିଲିୟନ୍‌ ଡେ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏହି ସେଲ୍‌ରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସେଲ୍‌ଫୋନ୍‌ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି।

ସେଲ୍‌ରେ ନଥିଂ ଫୋନ୍‌ ୧ରୁ ନେଇ ଗୁଗୁଲ୍‌ ପିକ୍ସେଲ୍‌ ୬ଏ ପର୍ଯ୍ୟନ୍ତ ଫୋନ୍‌ ଉପରେ ଅଫର୍‌ ମିଳିବ। ସେଲ୍‌ରେ ପ୍ରତ୍ୟେକ ଦିନ ଅପରାହ୍ନ ୧ଟାରେ ଜିରୋ ଆୱାର ସେଲ୍‌ ରହିବ, ଯାହା ଜରିଆରେ ଅଫର୍‌ ସଂପର୍କରେ ଗ୍ରାହକଙ୍କୁ ସୂଚନା ପ୍ରଦାନ କରାଯିବ।

ଏହି ସେଲ୍‌ରେ ଆପଣ ନଥିଂ ଫୋନ୍‌କୁ ୨୮,୯୯୯ ଟଙ୍କାରେ କିଣିପାରିବେ। ଏହାର ବାସ୍ତବ ଦର ହେଉଛି ୩୭,୯୯୯ ଟଙ୍କା। ସେହିପରି ୪୩,୯୯୯ ଟଙ୍କିଆ ଫୋନ୍‌ ଗୁଗୁଲ୍‌ ପିକ୍ସେଲ୍‌ ୬ଏ ଆପଣଙ୍କୁ ମିଳିବ ମାତ୍ର ୨୭,୬୯୯ ଟଙ୍କାରେ।

ଯଦି ଆପଣ ଆଉ ଟିକେ କମ୍‌ ଦରର ଫୋନ୍‌ ଖୋଜୁଛନ୍ତି ତ ଆପଣଙ୍କୁ ସାମ୍‌ସଙ୍ଗ୍‌ ଏଫ୍‌୨୨ ମିଳିଯିବ ୯, ୪୪୯ ଟଙ୍କାରେ। ସେହିପରି ରିୟଲ୍‌ ମି ନାର୍ଜୋ ୫୦ଆଇ ଆପଣଙ୍କୁ ମିଳିଯିବ ମାତ୍ର ୫,୭୯୯ ଟଙ୍କାରେ। ସେହିପରି ରିୟଲ୍‌ମି ୯ ୫ଜିର ୬ଜିବି ରାମ୍‌ ଭାରିଆଣ୍ଟ୍‌ ମିଳିବ ୧୨,୯୯୯ ଟଙ୍କାରେ। ଯେଉଁଠାରେ ରିୟଲ୍‌ମି ୯ଆଇର ମୂଲ୍ୟ ରହିବ ୧୦,୯୯୯ ଟଙ୍କା।

ରିୟଲ୍‌ମିକୁ ବାଦ୍‌ ଦେଲେ ଆପଣ ରେଡ୍‌ମି ଫୋନ୍‌ ଉପରେ ବି ଜବରଦସ୍ତ ଅଫର୍‌ ପାଇପାରିବେ। ରେଡ୍‌ମି ନୋଟ୍‌ ୧୦ ପ୍ରୋମାକ୍ସ ମିଳିବ ୧୪,୯୯୯ ଟଙ୍କାରେ। ଆଇଫୋନ୍‌ ଉପରେ ବି ମିଳିବ ରିହାତି। ମୋଟାମୋଟୀ କହିବାକୁ ଗଲେ ଅନେକ ନାମୀ ‌ଫୋନ୍ ଆପଣଙ୍କୁ ଅଫର୍‌ରେ ମିଳିବ।

ସମ୍ବନ୍ଧିତ ଖବର