ଭୁବନେଶ୍ବର: ଗ୍ରାହକମାନେ ଯେଉଁଦିନ ଜିନିଷ କିଣିବା ବରାଦ ଦେବେ ସେହିଦିନ ମଧ୍ୟରାତ୍ରି ସୁଦ୍ଧା ତାହା ପାଇବେ। ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟ ଏହି ସେବା ଆରମ୍ଭ କରିଛି। ଭୁବନେଶ୍ବର ସମେତ ଦେଶର ୨୦ଟି ସହରରେ କମ୍ପାନି ଏହି ସେବା ଆରମ୍ଭ କରୁଛି ଯାହା ଦ୍ବାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ। ବରାଦ ଦେଇଥିବା ଜିନିଷ ପାଇବା ଲାଗି ଆଉ ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ କେତେକ ନିର୍ଦ୍ଦିଷ୍ଟ ବର୍ଗର ଉତ୍ପାଦ ଉପରେ ଏହି ସେବା ଲାଗୁ କରାଯାଇଛି। ଏହି ସେବା ଅଧୀନରେ ଯଦି କୌଣସି ଗ୍ରାହକ ଅପରାହ୍ନ ୧ଟା ପୂର୍ବରୁ କୌଣସି ଜିନିଷର ବରାଦ ଦେବେ ତେବେ ସେହିଦିନ ମଧ୍ୟରାତ୍ରୀ ସୁଦ୍ଧା ତାଙ୍କୁ ଜିନିଷ ମିଳିଯିବ। ଗ୍ରାହକମାନେ ମୋବାଇଲ୍ ଫୋନ୍, ଫେସନ୍ ସାମଗ୍ରୀ, ସୌନ୍ଦର୍ଯ୍ୟ ଉତ୍ପାଦ, ଲାଇଫ୍ଷ୍ଟାଇଲ୍, ପୁସ୍ତକ, ହୋମ୍ ଆପ୍ଲାଏନ୍ସେସ୍ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଆଦିକୁ ଗୋଟିଏ ଦିନରେ ଡେଲିଭରି ପାଇପାରିବେ। ସମାନ ଦିନରେ ଡେଲିଭରି ବ୍ୟବସ୍ଥାକୁ ସଂଗଠିତ କରିବା ଲାଗି ଏକ ବର୍ଷ ଭିତରେ ଫ୍ଲିପ୍କାର୍ଟ ବିପୁଳ ନିବେଶ କରିଛି। ଫୁଲ୍ଫିଲ୍ମେଣ୍ଟ୍ ସେଣ୍ଟର, ପ୍ରଯୁକ୍ତି ଆଦିରେ ନିବେଶ କରାଯାଇଛି। ଗ୍ରାହକଙ୍କ ପାଖରେ ଶୀଘ୍ର ଜିନିଷ ପହଞ୍ଚାଇବା ଲାଗି ପଥ ଚୟନ କରିବା, ଶୀଘ୍ର ଜିନିଷ ସଂଗ୍ରହ କରି ଗ୍ରାହକଙ୍କ ଅଭିମୁଖେ ବାହାରିବା ଆଦି କାମ ପାଇଁ କମ୍ପାନି ମେସିନ ଲର୍ଣ୍ଣିଂ ପ୍ରଯୁକ୍ତି ବ୍ୟବହାର କରୁଛି।
ଭୁବନେଶ୍ବରରେ ବରାଦ ଦିନ ଡେଲିଭରି ଦେବ ଫ୍ଲିପ୍କାର୍ଟ
/sambad/media/post_attachments/wp-content/uploads/2022/08/flipkart.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)