ଫ୍ଲିପକାର୍ଟ ସେଲ୍‌: ଏହି ସାମଗ୍ରୀ ଉପରେ ମିଳିବ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ

ନୂଆଦିଲ୍ଲୀ: ଫ୍ଲିପକାର୍ଟ ନିଜ ୱେବସାଇଟରେ ଡିସେମ୍ବର ୨୩ରୁ ଇୟର ଏଣ୍ଡ୍‌ କାର୍ଣ୍ଣିଭାଲ ସେଲର ଆୟୋଜନ କରିବାକୁ ଯାଉଛି। ଫ୍ଲିପକାର୍ଟର ଏହି ଅଫର ଡିସେମ୍ବର ୩୧ପର୍ଯ୍ୟନ୍ତ ଚାଲିବ । ଏହି ନଅ ଦିବସୀୟ ଅଫର ସମୟରେ ଟିଭି ଏବଂ ବଡ ବଡ ଆପ୍ଲାଇନେ୍‌ସସ ଉପରେ ଜବରଦସ୍ତ ଅଫର ଗ୍ରାହକ ପାଇ ପାରିବେ।

ଏହି ସେଲରେ ଗ୍ରାହକଙ୍କୁ ୱାସିଙ୍ଗ୍‌ ମେସିନ୍‌, ରେଫ୍ରିଜିରେଟର ଏବଂ ମାଇକ୍ରୋୱେଭ ଓଭାମରେ ଅଫର ମିଳିବ। ଏହାସହ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ଅନେକ ମ୍ୟାଜିକାଲ୍‌ ଡିଲ୍‌ସଗ୍ରାହକଙ୍କୁ ଉପଲବ୍ଧ ହେବ । ଫ୍ଲିପକାର୍ଟ ସେଲରେ ସାମସଙ୍ଗ ଭଳି ବ୍ରାଣ୍ଡରେ ମଧ୍ୟ ଅଫର୍‌ ମିଳୁଛି । ଏହି ଅଫର ସମୟରେ ମିଳୁଥିବା ଡିସକାଉଣ୍ଟରେ ଜିଓମିର ଏମଆଇ ୪୩ଇଞ୍ଚ ବିଶିଷ୍ଟ ସ୍ମାର୍ଟଟିଭି ୪ଏକୁ ଗ୍ରାହକ ୨୨,୯୯୯ଟଙ୍କା ବଦଳରେ ୨୧,୯୯୯ ଟଙ୍କାରେ କିଣି ପାରିବେ ।

ସେହିପରି ସାମସଙ୍ଗ ୩୨ ଇଞ୍ଚ ଏଚଡି ଏଲଇଡି ଟିଭି ୨୦୧୮ ଏଡିସନ୍‌ ସେଲ ଜରିଆରେ ୨୬,୯୦୦ ଟଙ୍କା ପରିବର୍ତ୍ତେ ୧୫,୯୯୯ ଟଙ୍କାରେ ମିଳିବ। ଅର୍ଥାତ ୧୦,୯୦୧ ଟଙ୍କାର ଅଫର ଲୋକଙ୍କୁ ଦିଆଯାଉଛି । ସେହିପରି ଥୋମସନ ବି୯ ପ୍ରୋ୪୦ଇଞ୍ଚ ଏଚଡି ସ୍ମାର୍ଟଟିଭି ୨୫,୯୯୯ ଟଙ୍କା ବଦଳରେ ୧୭,୯୯୯ ଟଙ୍କାରେ ମିଳିବ ।

iFFALCON ୪କେ ୫୫ ଇଞ୍ଚ ଆଣ୍ଡ୍ରୋଏଡ୍‌ ଟିଭିକୁ ୫୯,୯୯୦ ଟଙ୍କା ବଦଳରେ ୩୯,୯୯୯ ଟଙ୍କାରେ କିଣିହେବ। ୩୨ ଇଞ୍ଚ ଏହି ଟିଭି ଗ୍ରାହକଙ୍କୁ ୧୯,୯୯୦ ଟଙ୍କା ବଦଳରେ ୧୦,୪୯୯ ଟଙ୍କାରେ କ୍ରୟ କରି ପାରିବେ।

ସମ୍ବନ୍ଧିତ ଖବର