ଭୁବନେଶ୍ବର: ରାଜ୍ୟର ପ୍ରାୟ ୧୨ଟି ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍କଲ୍) ଓ ଜାତୀୟ ଜଳ ବିଦ୍ୟୁତ ନିଗମ (ଏନ୍ଏଚ୍ପିସି) ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଓଏଚ୍ପିସି ସମ୍ମିଳନୀ କକ୍ଷରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଜେଡ୍କଲ୍ର ସିଇଓ ଜି ଆର୍ ଦାଶ ଓ ଏନ୍ଏଚ୍ପିସିର ନିର୍ବାହୀ ନିର୍ଦେଶକ ଆର୍ କେ ଜୈସୱାଲ୍ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଭାସମାନ ସୌର ପ୍ରକଳ୍ପରୁ ୫୦୦ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ସରକାର ଯୋଜନା ରଖିଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରାଥମିକ କାର୍ଯ୍ୟଠାରୁ ଆରମ୍ଭ କରି କାର୍ଯ୍ୟାଦେଶ ପ୍ରଦାନ କରିବା ପର୍ଯ୍ୟନ୍ତ ପ୍ରାୟ ୭-୮ ମାସ ସମୟ ଲାଗିବ। ଦେଢ଼ ବର୍ଷ ଭିତରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳଗୁଡ଼ିକରେ ଏହିସବୁ ପ୍ରକଳ୍ପ ସ୍ଥାପନ କରାଯିବ। ଏହା ଦ୍ବାରା ବିପୁଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଜଳଭଣ୍ଡାରରେ ପ୍ୟାନେଲ୍ ସ୍ଥାପନ କରାଯିବାକୁ ଥିବାରୁ ଜମିର ବ୍ୟବହାର ମଧ୍ୟ ହ୍ରାସ ପାଇଛି। ଏହା ଜଳ ବାସ୍ଫୀକରଣକୁ ମଧ୍ୟ ରୋକିବ। ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ରାଜ୍ୟରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରାଯିବ
/sambad/media/post_attachments/wp-content/uploads/2020/07/f98h7f8sdh7sf98hsfhsfhfhssfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)