‘ଉଡ଼ନ୍ତା ଟ୍ୟାକ୍ସି’:ଦୌଡ଼ରେ ରୋଲସ୍‌ ରଏସ୍‌, ଆଷ୍ଟନ୍‌ ମାର୍ଟିନ୍‌ ସାମିଲ

ଲଣ୍ଡନ, : ବିଳାସପୂର୍ଣ୍ଣ କାର୍‌ ନିର୍ମାତା ରୋଲ୍‌ସ ରଏସ୍‌ ହାଇବ୍ରିଡ୍‌ ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କରିବ। କଂପାନି ଏହି ଯୋଜନା ବିଷୟରେ ଘୋଷଣା କରିଛି। ଆଷ୍ଟନ୍‌ ମାର୍ଟିନ୍‌ ଓ ଅନ୍ୟ କିଛି ସଂସ୍ଥା ସହିତ ମିଶି କଂପାନି ଏହି ଟ୍ୟାକ୍ସି ନିର୍ମାଣ କରିବ। ଆସନ୍ତା ୧୮ ମାସ ଭିତରେ ଏହାର ନମୁନା ପ୍ରସ୍ତୁତ କରାଯିବ। ୨୦୨୦ ସୁଦ୍ଧା ଏହି ଟ୍ୟାକ୍ସି ଆକାଶରେ ଉଡ଼ିବ। ଏଥିରେ ୪-୫ ଜଣ ଲୋକ ଯାତ୍ରା କରିପାରିବେ। ଉଡ଼ନ୍ତା ଟ୍ୟାକ୍ସି ୮୦୫ କିଲୋମିଟର ଦୂରତା ଯାତ୍ରା କରିପାରିବ। ଏହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୨୦୦ ମାଇଲ୍‌।
ହାଇବ୍ରିଡ୍‌ ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କରିବା ପାଇଁ ଉଦ୍ୟମ କରୁଥିବା ଏହା ପ୍ରଥମ କଂପାନି ନୁହେଁ। ପୂର୍ବରୁ ଉବର୍‌, ଗୁଗୁଲ୍‌, ଜର୍ମାନିର ଲିଲିଅନ୍‌ ଆଭିଏସନ୍‌, ଫ୍ରାନ୍ସର ସଫ୍ରାନ୍‌ ଓ ଆମେରିକାର ହନିେଓ୍ଵଲ୍‌ ଭଳି କଂପାନି ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କରିବା ଉଦ୍ୟମ ଜାରି ରଖିଛନ୍ତି। ଏହି ଦୌଡ଼ରେ ରୋଲ୍‌ସ ରଏସ୍‌ ସାମିଲ ହୋଇଛି।

ସମ୍ବନ୍ଧିତ ଖବର