ନୂଆଦିଲ୍ଲୀ: ବଜାରରେ ଏବେ ଏଫଏମ୍ସିଜି ସାମଗ୍ରୀର ଚାହିଦା ଅଧିକ ରହିଛି। ଅଧିକାଂଶ ଏଫଏମ୍ସିଜି କମ୍ପାନି ଅଟା, ସୁଜି ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ମଧ୍ୟ ଲକ୍ଡାଉନ୍ ଯୋଗୁଁ କାରଖାନାକୁ ଆବଶ୍ୟକ କଞ୍ଚାମାଲ ଆସିପାରୁନାହିଁ। ଶ୍ରମିକ ମାନେ ବି ଯା'ଆସ କରିପାରୁନାହାନ୍ତି। ଫଳରେ ଉତ୍ପାଦନ ଗୁରୁତର ଭାବେ ବ୍ୟାହତ ହୋଇଛି। ଅଧିକାଂଶ କମ୍ପାନିର କାରଖାନା ଗୁଡ଼ିକ ୨୦ରୁ ୪୦ ପ୍ରତିଶତ କ୍ଷମତା ଉପଯୋଗ କରି ସାମଗ୍ରୀ ଉତ୍ପାଦନ କରୁଛନ୍ତି। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସହିତ ସାବୁନ, ସାମ୍ପୁ, ସାନିଟାଇଜର ଆଦି ଉତ୍ପାଦର ଉତ୍ପାଦନ ଉପରେ ଉଭୟ ସରକାର ଏବଂ କମ୍ପାନି ଗୁଡ଼ିକ ଗୁରୁତ୍ବ ଦେଉଛନ୍ତି। ତେଣୁ କାରଖାନାକୁ କଞ୍ଚାମାଲ ଆଣି ଆସୁଥିବା ଟ୍ରକ୍ ଏବଂ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଯା'ଆସରେ ବାଧା ସୃଷ୍ଟି ହେଉଛି। ପ୍ରମୁଖ ଏଫଏମସିଜି କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର ଆଶା ପ୍ରକଟ କରିଛି ଯେ ବନ୍ଦର ଏବଂ ବିମାନ ବନ୍ଦରରେ ମାଲ ପରିବହନ କାର୍ଯ୍ୟକୁ ସରକାର ସହଜ କରିବେ। କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି, ସ୍ବାଭାବିକ ସମୟରେ ଦୈନିକ ବିକ୍ରିର ୪୦ ପ୍ରତିଶତ ସାମଗ୍ରୀ ଏବେ ବିକ୍ରି ହେଉଛି। ମାର୍ଚ୍ଚ ମାସ ଶେଷ ସପ୍ତାହରେ ଏହି ବିକ୍ରି ମାତ୍ର ଗୋଟିଏ ଅଙ୍କ ଭିତରେ ସୀମିତ ଥିଲା। ପାର୍ଲେ ପ୍ରଡକ୍ଟର ସିନିୟର କ୍ୟାଟେଗୋରି ହେଡ୍ ମୟଙ୍କ ଶାହ କହିଛନ୍ତି, କମ୍ପାନିର ୧୩୫ଟି କାରଖାନାରେ ଏବେ ଉତ୍ପାଦନ ୩୦ରୁ ୪୦ ପ୍ରତିଶତ କ୍ଷମତାରେ ଚାଲିଛି। କାରଖାନାରେ କାମ କରିବା ପାଇଁ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଅନୁମତି ଦିଆଯାଉ ନଥିବାରୁ ସବୁ ଉତ୍ପାଦ ଲାଇନ୍ ଗୁଡ଼ିକ କାର୍ଯ୍ୟ କରୁନାହିଁ ବୋଲି ଶାହ କହିଛନ୍ତି। ତେବେ ଆସନ୍ତା ସପ୍ତାହରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ର ସମସ୍ତ କାରଖାନା ୨୫ରୁ ୩୦ ପ୍ରତିଶତ କ୍ଷମତାରେ ଚାଲୁଛି।ଗାମୀ ଦିନରେ ଉତ୍ପାଦନ ବୃଦ୍ଧି ପାଇବ ବୋଲି କମ୍ପାନି ଆଶା ରଖିଛି। ନେସ୍ଲେ ଇଣ୍ଡିଆ ସିଏମ୍ଡି ସୁରେଶ ନାରାୟଣନ କୁହନ୍ତି, ଲକ୍ଡାଉନ୍ ଅବଧିରେ ମ୍ୟାଗିର ବିକ୍ରି ବୃଦ୍ଧି ପାଇଛି। ବଜାରରେ ଯେଭଳି ଏହା ଉପଲବ୍ଧ ରହିବ ତାହାକୁ କମ୍ପାନି ଗୁରୁତ୍ବ ଦେଉଛି। ଡାବର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋହିତ ମାଲହୋତ୍ରା କହିଛନ୍ତି, ପରିସ୍ଥିତି ସୁଧାରିବା ସହିତ କମ୍ପାନିର କାରଖାନା ଧୀରେ ଧୀରେ ଖୋଲୁଛି।
ଏଫ୍ଏମ୍ସିଜି କମ୍ପାନିରେ ଉତ୍ପାଦନ ଗୁରୁତର ପ୍ରଭାବିତ, ବଜାର ଚାହିଦା ଅନୁସାରେ କାରଖାନାରେ ଉତ୍ପାଦନ ହୋଇପାରୁନି
/sambad/media/post_attachments/wp-content/uploads/2020/04/g8j97d98gj7dg98j7dg98j7dg98j798dgjdgjdgjdgjgjdjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)