କୋଲକାତାରେ ଫୁଟ୍‌ଟେକ୍ ବାଣିଜ୍ୟ ମେଳା ୧୫ରୁ

ଭୁବନେଶ୍ବର : କୋଲକାତା ସାଇନ୍ସ ସିଟି ପଡ଼ିଆରେ ନଭେମ୍ବର ୧୫ରୁ ତିନିଦିନିଆ ଆନ୍ତର୍ଜାତିକ ଫୁଡ୍‌ଟେକ୍ ବାଣିଜ୍ୟ ମେଳା ଆରମ୍ଭ ହେବ। ଏଥର ଡେରି ଓ ଆଇସ୍‌କ୍ରିମ୍ କ୍ଷେତ୍ର ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିବ। ଏଥିରେ ଦେଶବିଦେଶର ଅନେକ ସଂସ୍ଥା ଅଂଶଗ୍ରହଣ କରି ସେମାନଙ୍କ ପ୍ରଯୁକ୍ତି ଓ ମେସିନ୍‌ ପ୍ରଦର୍ଶିତ କରିବେ। ଫୁଡ୍ ପ୍ରୋସେସିଂ, ପ୍ୟାକେଜିଂ, ଡେରି, ସୁଇଟସ୍ ଆଣ୍ଡ୍‌ ସ୍ନାକ୍ସ, ବେକରି, ହୋଟେଲ୍ ଓ ରେସ୍ତୋରାଁ ଏବଂ କ୍ୟାଟରିଂ ସଂସ୍ଥାଗୁଡ଼ିକ ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିବେ ବୋଲି କୋଲକାତା ଫୁଡ୍‌ଟେକ୍‌ର ମୁଖ୍ୟ ସଂଯୋଜକ ଜାକିର୍ ହୋସେନ୍ କହିଛନ୍ତି।

ସମ୍ବନ୍ଧିତ ଖବର