ନୂଆଦିଲ୍ଲୀ: ଏକ ରଙ୍ଗ କଂପାନିର ଭାଗ୍ୟ ବଦଳାଇ ଦେଇଛି ରୁଷିଆରେ ଚାଲିଥିବା ଫୁଟବଲ୍ ବିଶ୍ୱକପ୍। ସେହି କଂପାନିଟି ହେଉଛି ଭାରତର ଲୋକପ୍ରିୟ ରଙ୍ଗ କଂପାନି ‘ବର୍ଜର୍ ପେଣ୍ଟ୍ସ’। ବର୍ଜର ପେଣ୍ଟସ୍ର ଏକ ସହଯୋଗୀ ସଂସ୍ଥା ରୁଷିଆରେ କାରବାର କରୁଥିଲା। ବିଶ୍ୱକପ୍ ପୂର୍ବରୁ ଏହା ପ୍ରବଳ କ୍ଷତିରେ ଚାଲୁଥିଲା। ତାହାକୁ ନେଇ ମୂଳ କଂପାନି ବହୁତ ଚିନ୍ତିତ ଥିଲା। ଫୁଟବଲ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଚାଲୁ ରଖିଥିବା ରୁଷିଆ ଦୁଇ ବର୍ଷ ତଳେ ଏହି କଂପାନିକୁ ତିନିଟି ଷ୍ଟାଡିୟମ୍ ରଙ୍ଗ କରିବାର କାମ ବରାଦ ଦେଇଥିଲା। ସେହି ତିନି ଷ୍ଟାଡିୟମ୍ ହେଉଛି-ରୋସ୍ତୋଭ ଆରେନା, ଭଲୋଗ୍ରାଡ୍ ଆରେନା ଓ କଲିନିନ୍ଗ୍ରାଡ୍। ଷ୍ଟାଡିୟମ୍ଗୁ୍ଡ଼ିକୁ ରଙ୍ଗ କରିବାରେ ଏହି କଂପାନି ୨୦୦ କିଲୋଲିଟର ରଙ୍ଗ ବ୍ୟବହାର କରିଥିଲା। ଷ୍ଟାଡିୟମ୍ ବ୍ୟତୀତ ଦୁଇ ବିମାନ ବନ୍ଦରକୁ ରଙ୍ଗ କରିବାର କାର୍ଯ୍ୟ ବରାଦ ମଧ୍ୟ ଏହି କଂପାନିକୁ ମିଳିଥିଲା। ଏସବୁ କାମ ମିଳିଯିବା ପରେ ଉକ୍ତ କଂପାନିର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। କ୍ଷତିରେ ଚାଲୁଥିବା ସେହି କଂପାନି ଚଳିିିତ ବର୍ଷ ବ୍ରେକ୍ ଇଭେନ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏକ ବ୍ୟବସାୟରେ ଯେତିକି ଟଙ୍କା ବିନିଯୋଗ କରାଯାଇଥାଏ ତାହା ଆଦାୟ ହୋଇଗଲେ କଂପାନି ବ୍ରେକ୍ ଇଭେନ୍ ହାସଲ କରିଗଲା ବୋଲି କୁହାଯାଏ। ବର୍ଜର ପେଣ୍ଟସ୍ ଇଣ୍ଡିଆ ତିନିଟି ଭିନ୍ନ କଂପାନି ଜରିଆରେ ପୋଲାଣ୍ଡ୍, ନେପାଳ ଓ ରୁଷିଆରେ କାରବାର କରୁଛି। ରୁଷିଆରେ ଗ୍ରାହକଙ୍କ ମଧ୍ୟରେ ବର୍ଜର ପେଣ୍ଟସ୍ ବହୁତ ପରିଚିତ ନାମ। ଷ୍ଟାଡିୟମ୍ ରଙ୍ଗ କରିବାରୁ ଯେଉଁ ଆୟ ହୋଇଛି ତାହାକୁ ମାଧ୍ୟମ କରି କଂପାନି ସେଠାରେ ଅନ୍ୟ ଛୋଠ ବଡ଼ କଂପାନି ଅଧିଗ୍ରହଣ କରିବାକୁ ଯୋଜନା ରଖିଛି।
ରଙ୍ଗ କଂପାନିର ଭାଗ୍ୟ ବଦଳାଇଦେଲା ଫୁଟବଲ୍ ବିଶ୍ୱକପ୍
/sambad/media/post_attachments/wp-content/uploads/2018/07/paints.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)