ଜେଟ୍‌ ପାଇଁ ଅଣ୍ଟା ଭିଡ଼ିଲେ କର୍ମଚାରୀ: ଏସ୍‌ବିଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ର କିଛି କର୍ମଚାରୀ କମ୍ପାନିକୁ ଠିଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ କର୍ମଚାରୀମାନେ ଚିଠି ଲେଖି ସେମାନଙ୍କୁ ନିଲାମରେ ଭାଗ ନେବାକୁ ସୁଯୋଗ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। କିଛିଦିନ ମଧ୍ୟରେ ସେମାନେ ୭ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ‌ଦେଇଛନ୍ତି। ବାହାରର ନିବେଶକମାନଙ୍କ ସହିତ ମିଶି ସେମାନେ ଏହି ଟଙ୍କା ଯୋଗାଡ଼ କରିବେ ବୋଲି କହିଛନ୍ତି। ତେବେ ବର୍ତମାନର ଶୀର୍ଷ ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ସପକ୍ଷରେ ନାହାନ୍ତି। ସେମାନେ କମ୍ପାନି ପାଇଁ କାମ କରିବା ପରିବର୍ତେ ନରେଶ ଗୋଏଲଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆର୍ଥିକ ସଙ୍କଟ ଯୋଗୁ ଜେଟ୍ ଏୟାରୱେଜ୍ ଚଳିତମାସ ୧୭ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୭ ତାରିଖରେ ଏହାର ଶେଷ ବିମାନ ଅମୃତସରରୁ ମୁମ୍ବାଇକୁ ଉଡ଼ାଣ କରିଥିଲା। ତେବେ ବ୍ୟାଙ୍କ ଗୁଡ଼ିକ ଯେଉଁ ନିଲାମ ଡାକିଛନ୍ତି ସେଥିରେ କେତୋଟି କମ୍ପାନି ଭାଗ ନେଇଛନ୍ତି। ଏହାର ବିଜେତା ଆସନ୍ତାମାସ ୧୦ ତାରିଖରେ ଚୂଡ଼ାନ୍ତ ହେବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର