ନିକଟରେ ସିମ୍ ପାଇଁ ଆଧାରକାର୍ଡ ଆବଶ୍ୟକ ନୁହେଁ ବୋଲି ଟେଲିକମୁନିକେସନ୍ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ସିମ୍ ପାଇଁ କ’ଣ ସବୁ ଆବଶ୍ୟକ ପଡ଼ିବ ଚାଲନ୍ତୁ ସେ ସଂପର୍କରେ ଜାଣିବା।
ଗ୍ରାହକଙ୍କର ଏକ ଲାଇଭ୍ ଫଟୋଗ୍ରାଫ୍ ଦରକାର। ଦୋକାନୀ ଗ୍ରାହକଙ୍କର ତତ୍କ୍ଷଣାତ ଏକ ଫଠୋ ଉଠାଇ ତାହାକୁ ଫର୍ମରେ ଲଗାଇବେ।
ଗ୍ରାହକଙ୍କୁ ନିଜର ପରିଚୟ ପ୍ରମାଣ ଓ ଠିକଣାର ପ୍ରମାଣପତ୍ର ନିଶ୍ଚୟ ଦେବାକୁ ପଡ଼ିବ।
ଲାଉଭ୍ ଫଟୋ ବ୍ୟତୀତ ପରିଚୟ ପତ୍ର ସହ ଏକ ପାସ୍ପୋର୍ଟ ଫଟୋ ମଧ୍ୟ ଆବଶ୍ୟକ।
ଏହାବ୍ୟତୀତ ଗ୍ରାହକଙ୍କୁ କିୟୁଆର୍ କୋର୍ଡ ଉପଲବ୍ଧ ଥିବା ଆଇଡି ପ୍ରୁଫ୍ ଦେବାକୁ ହେବ ନୂଆ ସିମ୍ କିଣିବାର ଥିଲେ।
ଦୋକାନୀ ଗ୍ରାହକଙ୍କର ଲାଇଭ୍ ଫଟୋ ଓ ପ୍ରମାଣପତ୍ର ଗହଣ କରିବା ପରେ ଗ୍ରାହକଙ୍କୁ ତାଙ୍କର ଭିନ୍ନ ନମ୍ବରକୁ ଏକ ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ(ଓଟିପି) ପ୍ରଦାନ କରାଯିବ।
ଓଟିପି ଠିକ୍ ଭାବେ ଦେଲେ ଆପେ ଆପେ ଫର୍ମରେ ଗ୍ରାହକଙ୍କ ଦସ୍ତଖତ ହୋଇଯାଇ ସିମ୍ ପାଇଁ ମଞ୍ଜୁରୀ ମିିଳିଯିବ।
ଏହା ସହ ଗ୍ରାହକ ନିଜ ଓଟିପିର ଏକ ଫଟୋ ଉଠାଇ ଦୋକାନୀଙ୍କ ପାଖରେ ସ୍ପଷ୍ଟୀକରଣ ବାବଦରେ ଜମା କରିବେ।
ଭବିଷ୍ୟତ ପାଇଁ ସବ୍ସ୍କ୍ରାଇବର୍ଙ୍କୁ ଏକ ଟ୍ରାନ୍ଜାକ୍ସନ ଆଇଡି ଦିଆଯିବ।
ଟେଲିକମ୍ କମ୍ପାନି ପକ୍ଷରୁ ଗ୍ରାହକଙ୍କ ପ୍ରମାଣ ପତ୍ରର ଯାଞ୍ଚ୍ କରାଯିବ।
ଯାଞ୍ଚ୍ ପରେ ପରେ ହିଁ ଗ୍ରାହକଙ୍କୁ ସକ୍ରିୟ ସିମ୍ କାର୍ଡଟି ପ୍ରଦାନ କରାଯିବ।
ଦିନକୁ ସର୍ବାଧିକ ୨ଟି ସିମ୍ କାର୍ଡ ଜଣେ ଗ୍ରାହକଙ୍କୁ ମିଳିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Untitled-10.jpg)