ମାତ୍ର ୧୩,୪୯୯ ଟଙ୍କାରେ ଆମେରିକା ଯିବାର ସୁଯୋଗ ଦେଉଛି ଏହି ଏୟାରଲାଇନ୍ସ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାକୁ ଇଚ୍ଛୁକ କି, ତାହା ପୁଣି ମାତ୍ର ୧୩,୪୯୯ ଟଙ୍କାରେ? ନା ନା ଆପଣ ସ୍ୱପ୍ନ ଦେଖୁନାହାନ୍ତି କି ଏହା ଏକ ମିଛ ଖବର ନୁହେଁ । ଆଇସଲାଣ୍ଡର ଶସ୍ତା ବିମାନସେବା କମ୍ପାନି ‘ଓ୍ଵାଓ ଏୟାର’ ଖୁବଶୀଘ୍ର ଭାରତକୁ ନିଜର ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏହି କମ୍ପାନି ହି ନିଜର ପ୍ରାରମ୍ଭିକ ଅଫର ଭାବେ ଏପରି ଶସ୍ତାରେ ବିମାନ ସେବା ଯୋଗାଉଛି । କମ୍ପାନି ଭାରତରୁ ୟୁରୋପ ଓ ଆମେରିକାକୁ ବିମାନ ସେବା ଆରମ୍ଭ କରିବ । ଜଣେ ଯାତ୍ରୀ ମାତ୍ର ୧୩,୪୯୯ ଟଙ୍କାର ଟିକେଟ କାଟି ଦିଲ୍ଲୀରୁ ଆମେରିକାର ସିକାଗୋ, ଓରଲାଣ୍ଡୋ, ନେଓ୍ଵାର୍କ, ବୋଷ୍ଟୋନ, ଲସ ଆଞ୍ଜେଲ୍ସ, ଡେଟ୍ରଏଟ, ସାନ ଫ୍ରାନସିସକୋ, ବୋଷ୍ଟୋନ ଆଦି ସହରକୁ ଯାତ୍ରା କରିପାରିବେ । ସେହିପରି କାନାଡାର ଟରୋଣ୍ଟୋ, ମଣ୍ଟ୍ରିଲ ପରି ସହରକୁ ମଧ୍ୟ ଯାତ୍ରା କରିପାରିବେ । ଏହି ଟିକେଟ ମୂଲ୍ୟ ସମସ୍ତ ଟିକସ ସହିତ । କିନ୍ତୁ ଗ୍ରାହକମାନଙ୍କୁ ସେପ୍ଟେମ୍ବର ୧୮ ଅର୍ଥାତ ଆଜିଠାରୁ ସେପ୍ଟେମ୍ବର ୨୮ ମଧ୍ୟରେ ଟିକେଟ କାଟିଲେ ଏହି ଅଫରର ସୁବିଧା ନେଇପାରିବେ ।

ସମ୍ବନ୍ଧିତ ଖବର