ଫୋବସ ଗ୍ଲୋବାଲ ୨୦୦୦ ତାଲିକା : ପ୍ରଥମ ୧୦୦ଟି କମ୍ପାନି ମଧ୍ୟରେ ଭାରତର କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ ବାଣିଜ୍ୟିକ ପତ୍ରିକା ଫୋର୍ବସ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ୨୦୦୦ଟି କମ୍ପାନିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ୧୦୦ଟି କମ୍ପାନି ମଧ୍ୟରେ ଭାରତର କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରହିଛି । ତାଲିକାର ୫୧ତମ ସ୍ଥାନରେ ରହିଛି ମୁକେଶ ଅମ୍ବାନିଙ୍କ ଦ୍ବାରା ପରିଚାଳିତ ଏହି କମ୍ପାନି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତଳକୁ ୨ୟ ଭାରତୀୟ କମ୍ପାନି ଭାବେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାର ବିଶ୍ବ ତାଲିକାର ୧୦୫ତମ ସ୍ଥାନରେ ରହିଛି । ଏଚଡିଏଫସି ବ୍ୟାଙ୍କ ୧୫୩ତମ ସ୍ଥାନରେ ରହିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ୨୦୪ ତମ ସ୍ଥାନରେ ରହିଛି । ଓଏନଜିସି ୨୨୮ତମ ସ୍ଥାନରେ ଥିବାବେଳେ ଏଚଡିଏଫସି ୨୬୮ତମ ସ୍ଥାନରେ, ଇଣ୍ଡିଆନ ଅଏଲ ୩୫୭ତମ ସ୍ଥାନରେ, ଟିସିଏସ ୩୮୪ତମ ସ୍ଥାନରେ, ଟାଟା ଷ୍ଟିଲ ୪୦୭ ତମ ସ୍ଥାନରେ ଓ ଆକ୍ସିସ ବ୍ୟାଙ୍କ ୪୩୧ ତମ ସ୍ଥାନରେ ରହିଛି । ସେହିପରି ବେଦାନ୍ତ ଲିଃ ୫୯୩ ତମ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଅଦାନି ଏଣ୍ଟରପ୍ରାଇଜେସ ୧୪୫୩ ତମ ସ୍ଥାନରେ ଥିବାବେଳେ ଅଦାନୀ ପୋର୍ଟସ ଏଣ୍ଡ ଏସଇଜେଡ୍ ୧୫୬୮ ତମ ସ୍ଥାନରେ ରହିଛି ।

ଏହି ବିଶ୍ବ ତାଲିକାର ପ୍ରଥମ ସ୍ଥାନରେ ରହିଛି ବର୍କସାୟାର ହାଥଓ୍ବେ, ୨ୟ ସ୍ଥାନରେ ଇଣ୍ଡଷ୍ଟ୍ରିଆଲ ଏଣ୍ଡ କମର୍ସିଆଲବ୍ୟାଙ୍କ ଅଫ ଚାଇନା ଓ ୩ୟ ସ୍ଥାନରେ ରହିଛି ସାଉଦି ଆରାମକୋ ।

ସମ୍ବନ୍ଧିତ ଖବର