ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ପକ୍ଷରୁ ପ୍ରସ୍ତୁତ ଏସିଆର ଶ୍ରେଷ୍ଠ ଧନୀ ପରିବାର ତାଲିକାର ଶୀର୍ଷରେ ରହିଛି ମୁକେଶ ଅମ୍ବାନୀ ପରିବାର। ତାଙ୍କ ସମ୍ପତ୍ତିର ନିଟ୍ ମୂଲ୍ୟ ୧୯ ବିଲିୟନ୍ ଡଲାର୍ରୁ ୪୪. ୮ ବିଲିୟନ୍ ଡଲାରରେ ପହଞ୍ଚିବାରୁ ସାମ୍ସଙ୍ଗ୍ ସାମ୍ରାଜ୍ୟର ଲି’ମାନଙ୍କୁ ଟପି ଯାଇ ସେ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି ବୋଲି ଫୋର୍ବସ କହିଛି।
ଦ୍ୱିତୀୟ ସ୍ଥାନକୁ ଖସି ପଡ଼ିଥିଲେ ସୁଦ୍ଧା କୋରିଆର ଲି’ ପରିବାର ତାଙ୍କ ସମ୍ପତ୍ତି ୧୧. ୨ ବିଲିୟନ୍ ଡଲାରରୁ ୪୦. ୮ ବିଲିୟନ୍ ଡଲାରୁକୁ ବୃଦ୍ଧି ପାଇଥିବା ଦେଖିଛନ୍ତି। ଏ ବର୍ଷ ସାମ୍ସଙ୍ଗ୍ ଇଲେକ୍ଟ୍ରୋନିକ୍ସ୍ର ସେୟାର୍ ଗତବର୍ଷ ତୁଳନାରେ ୭୫% ବୃଦ୍ଧି ପାଇ ଥିବା ଜଣା ପଡ଼ିଛି।
Image Courtesy of Business Insiderଫୋର୍ବସ ଦ୍ୱାରା ସଙ୍କଳିତ ଏସିଆର ୫୦ଟି ଧନିକ ପରିବାର ହିସାବରେ, ସନ୍ ହଙ୍ଗ୍ କାଇ ପ୍ରପର୍ଟିଜ୍ ନିୟନ୍ତ୍ରଣ କରୁଥିବା ହଙ୍ଗ୍କଙ୍ଗ୍ର କ୍ୱୋକ୍ ପରିବାର ହେଉଛି ଏସିଆର ସବୁଠୁ ଧନୀ ରିୟଲ୍ ଇଷ୍ଟେଟ୍ ହାଉସ୍ହୋଲ୍ଡ୍। ୪୦. ୪ ବିଲିୟନ୍ ଡଲାର୍ର ଅଧିକାରୀ ହୋଇ ସେମାନେ ଏ ବର୍ଷ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛନ୍ତି। ନିଟ୍ ମୂଲ୍ୟ ୩୬. ୬ ବିଲିୟନ୍ ଡଲାର୍ ଥାଇ ସାରୋଏନ୍ ପୋକ୍ଫଣ୍ଡ୍ ଗ୍ରୁପ୍ ଥାଇଲାଣ୍ଡ୍ର ସିଅରାଓ୍ଵାନୋଣ୍ଟ୍ ପରିବାର ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି।
ଏସିଆର ୧୦ ଶ୍ରେଷ୍ଠ ଧନୀ ତାଲିକାରେ ଅମ୍ବାନୀ ହେଉଛନ୍ତି ଏକ ମାତ୍ର ଭାରତୀୟ ପରିବାର।
ତାଲିକାରେ ଥିବା ଅନ୍ୟ ଭାରତୀୟ ଧନୀ ପରିବାର ହେଉଛନ୍ତି ପ୍ରେମ୍ଜି (୧୧ଶ ସ୍ଥାନ, ୧୯. ୨ ବିଲିୟନ୍ ଡଲାର୍), ହିନ୍ଦୁଜା (୧୨ଶ ସ୍ଥାନ, ୧୮. ୮ ବିଲିୟନ୍ ଡଲାର୍), ମିତ୍ତଲ୍ (୧୪ଶ ସ୍ଥାନ, ୧୭. ୨ ବିଲିୟନ୍ ଡଲାର୍), ମିସ୍ତ୍ରୀ (୧୬ଶ ସ୍ଥାନ, ୧୬. ୧ ବିଲିୟନ୍ ଡଲାର୍) ଏବଂ ବିର୍ଲା (୧୯ଶ ସ୍ଥାନ ୧୪, ୧ ବିଲିୟନ୍ ଡଲାର୍)।
Image Courtesy of Success Storiesତାଲିକାଭୁକ୍ତ ହୋଇଥିବା ଅନ୍ୟାନ୍ୟ ଧନୀ ଭାରତୀୟ ପରିବାର ମଧ୍ୟରେ ଅଛନ୍ତି ଗୋଦ୍ରେଜ୍ (୨୦ଶ ସ୍ଥାନ, ୧୪ ବିଲିୟନ୍ ଡଲାର୍), ବାଜାଜ (୨୬ଶ ସ୍ଥାନ, ୯. ୩ ବିଲିୟନ୍ ଡଲାର୍), ଜିନ୍ଦଲ୍ (୩୨ଶ ସ୍ଥାନ, ୭. ୭ ବିଲିୟନ୍ ଡଲାର୍), ବର୍ମାନ୍ (୩୫ ଶ ସ୍ଥାନ, ୭. ୦୫ ବିଲିୟନ୍ ଡଲାର୍), ଆଇସର୍ ମୋଟର୍ ଲାଲ୍ (୩୬ଶ ସ୍ଥାନ, ୭ ବିଲିୟନ୍ ଡଲାର୍) ଏବଂ ଶ୍ରୀ ସିମେଣ୍ଟ୍ର ବାଙ୍ଗୁର୍ (୩୭ଶ ସ୍ଥାନ, ୬. ୭ ବିଲିୟନ୍ ଡଲାର୍)।
ମଦରସନ୍ ସୁମି ସିଷ୍ଟମ୍ର ସେହଗଲ୍ ପରିବାର (୪୧ଶ ସ୍ଥାନ, ୬. ୨ ବିଲିୟନ୍ ଡଲାର୍), ଓ୍ଵାଦିଆ ପରିବାର (୪୨ଶ ସ୍ଥାନ, ୬. ୧୪ ବିଲିୟନ୍ ଡଲାର୍), ଡିଏଲ୍ଏଫ୍ର କୁଶଳ ପାଲ୍ ସିଂହ (୪୪ ଶ ସ୍ଥାନ, ୬.୧ ବିଲିୟନ୍ ଡଲାର୍), କାଡିଲାର ପଟେଲ୍ ପରିବାର (୪୫ଶ ସ୍ଥାନ, ୫. ୩୭ ବିଲିୟନ୍ ଡଲାର୍), ପିରାମଲ୍ (୪୭ଶ ସ୍ଥାନ, ୫. ୩୮ ବିଲିୟନ୍ ଡଲାର୍) ଏବଂ ମୁଞ୍ଜଳ (୪୮ଶ ସ୍ଥାନ, ୫. ୩୭ ବିଲିୟନ୍ ଡଲାର୍) ମଧ୍ୟ ତାଲିକାରେ ପ୍ରବେଶ କରିଛନ୍ତି।
Image Courtesy of Business Todayତାଲିକାଭୁକ୍ତ ହୋଇଥିବା ୫୦ ପରିବାରର ସାମଗ୍ରିକ ଅର୍ଥ ରାଶି ୬୯୯ ବିଲିୟନ୍ ଡଲାରରେ ପହଞ୍ଚି ରେକର୍ଡ କରିଛି। ଗତବର୍ଷ ତୁଳନାରେ ସେମାନଙ୍କର ସମ୍ପତ୍ତି ରାଶି ପ୍ରାୟ ୨୦୦ ବିଲିୟନ୍ ଡଲାର୍ ବୃଦ୍ଧି ପାଇଛି ବୋଲି ଫୋବ୍ସ୍ କହୁଛି।
ଏ ବର୍ଷ ତାଲିକାରେ ପ୍ରବେଶ କରିବାକୁ ଟିକିଟ୍ ମୂଲ୍ୟ ଥିଲା ୫ ବିଲିୟନ୍ ଡଲାର୍, ୨୦୧୬ ଠାରୁ ୧. ୬ ବିଲିୟନ୍ ଡଲାର୍ ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ambanis.jpg)