ମୁମ୍ବାଇ : ଦେଶରେ କେତେକ ଋଣ ପ୍ରଦାନକାରୀ ସଂସ୍ଥା ଲୋକଙ୍କ ଠାରୁ ଜୋର ଜବରଦସ୍ତ ଋଣ ଅସୁଲ କରୁଛନ୍ତି। ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହା ଏକ ଗୁରୁତର ଚିନ୍ତାର ବିଷୟ। ଋଣ ଅସୁଲ ନେଇ କେତେକ ନିୟନ୍ତ୍ରିତ ଏବଂ ଅଣନିୟନ୍ତ୍ରିତ ଆର୍ଥିକ ପ୍ରତିଷ୍ଠାନ ଅଗ୍ରହଣୀୟ ପନ୍ଥା ଅମଲମ୍ବନ କରୁଛନ୍ତି। ଋଣ ଅସୁଲ ପାଇଁ ନିଯୁକ୍ତ ଏଜେଣ୍ଟମାନଙ୍କ ଉପରେ ସଂସ୍ଥାଗୁଡ଼ିକର କୌଣସି ନିୟନ୍ତ୍ରଣ ରହୁନାହିଁ। ଗ୍ରାହକଙ୍କ ଠାରୁ ଏ ନେଇ ଅଭିଯୋଗ ମିଳିଛି। ଋଣ ଅସୁଲ ପାଇଁ ନିଯୁକ୍ତ ଏଜେଣ୍ଟମାନେ ଗ୍ରାହକଙ୍କୁ ଅସମୟରେ, ଏପରିକି ମଧ୍ୟରାତ୍ରିରେ ଯୋଗାଯୋଗ କରୁଛନ୍ତି। ସେହିଭଳି ସେମାନେ ଖରାପ ଭାଷା ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ଆସିଛି। ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶକ୍ତିକାନ୍ତ ଏହା କହିଛନ୍ତି।
ଜୋର ଜବରଦସ୍ତ ଋଣ ଅସୁଲ ବନ୍ଦ ହେବ
/sambad/media/post_attachments/wp-content/uploads/2020/10/money_loan660x440-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)