ନୂଆଦିଲ୍ଲୀ, ୨୫/୯: ଫୋର୍ଡ ଭାରତରେ ଏହାର ଉତ୍ପାଦନ ବନ୍ଦ କରିବ ବୋଲି ଘୋଷଣା କରିବାର କିଛିଦିନ ପରେ ଫୋର୍ଡ ଇଣ୍ଡିଆର ଏମଡି ଅନୁରାଗ ମେହରୋତ୍ରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ କ୍ୟାରିୟର ସୁଯୋଗ ଅନୁସନ୍ଧାନରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ମେହରୋତ୍ରା ଫୋର୍ଡ ଇଣ୍ଡିଆର ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଛନ୍ତି। କମ୍ପାନିର ସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ସମ୍ଭାଳିଛନ୍ତି। ଫୋର୍ଡ ଇଣ୍ଡିଆରେ ଆସନ୍ତା ୩୦ ତାରିଖ ହେବ ଶ୍ରୀ ମେହରୋତ୍ରାଙ୍କ ଶେଷ ଦିନ। ତେବେ ଭାରତରେ ଫୋର୍ଡ ଇଣ୍ଡିଆର ନିର୍ଦ୍ଦେଶ ଥିବା ବାଲସୁନ୍ଦରମ ରାଧାକ୍ରିଷ୍ଣନ୍ ପୁନର୍ଗଠନ କାର୍ଯ୍ୟ ବୁଝିବେ। ଭାରତରେ ଦୁଇ ଦଶନ୍ଧି ହେଲା ବ୍ୟବସାୟ କରୁଥିଲେ ମଧ୍ୟ କମ୍ପାନି ଲାଭଦାୟକ ହୋଇ ପାରିନାହିଁ। ଏଥିଯୋଗୁ କମ୍ପାନି ଭାରତରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ବାରା କମ୍ପାନିର ୪୦୦୦ ଲୋକଙ୍କ ଚାକିରି ପ୍ରଭାବିତ ହେବ। ୨୦୧୭ରୁ ଫୋର୍ଡ ପଞ୍ଚମ କମ୍ପାନି ଭାବେ ଭାରତରେ କାର ଉତ୍ପାଦନ ବନ୍ଦ ଘୋଷଣା କରିଛନ୍ତି।
ଫୋର୍ଡ ଇଣ୍ଡିଆ ଏମ୍ଡିଙ୍କ ଇସ୍ତଫା
/sambad/media/post_attachments/wp-content/uploads/2018/02/ford-freestyle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)