ଆସୁଛି ଫୋର୍ଡର ନୂଆ କମ୍ପାକ୍ଟ ୟୁଟିଲିଟି ଭେଇକିଲ୍‌ ‘ଫ୍ରିଷ୍ଟାଇଲ୍‌’

ପୁନେ : କାର କମ୍ପାନି ଫୋର୍ଡ ପକ୍ଷରୁ ନିଜର ନୂଆ କମ୍ପାକ୍ଟ ୟୁଟିଲିଟି ଭେଇକିଲ (ସିୟୁଭି) ଫ୍ରିଷ୍ଟାଇଲ୍‌ର ଉନ୍ମୋଚନ କରାଯାଇଛି । ୨୦୧୮ର ଦ୍ୱିତୀୟ ତିନିମାସରେ ଏହି ସିୟୁଭିର ବିକ୍ରି ଆରମ୍ଭ ହେବ । ଭାରତୀୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି । ଏହାର ଆକର୍ଷଣୀୟ ଡିଜାଇନ, ଉତ୍ତମ ପ୍ରଦର୍ଶନ, ଅତ୍ୟାଧୁନିକ ଟେକନଲୋଜୀ ଏବଂ ଚିତ୍ତାକର୍ଷକ ଇନ୍ଧନ ଦକ୍ଷତା ରହିଛି ବୋଲି କମ୍ପାନି ଦାବି କରିଛି । ଆଧୁନିକ ଗ୍ରାହକଙ୍କ ଆବଶ୍ୟକତା ଓ ଆଶାକୁ ପୂରଣ କରିବାରେ ଏହି ନୂଆ ସିୟୁଭି ଫ୍ରିଷ୍ଟାଇଲ ସକ୍ଷମ ହେବ ବୋଲି କମ୍ପାନି କହିଛି । ଏହି ଯାନ ସହରାଞ୍ଚଳ ପରିବେଶକୁ ସୁହାଇଲାପରି ନିର୍ମାଣ କରାଯାଇଛି । ଏଥିରେ ବସିବା ସ୍ଥଳ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସକୁ ଉନ୍ନତି ଅଣାଯାଇଛି । କମ୍ପାକ୍ଟ ଏସୟୁଭି ବିଭାଗରେ ଫୋର୍ଡ ଇକୋସ୍ପୋର୍ଟ ଭାରତରେ କ୍ରମାଗତ ଅନ୍ୟ କମ୍ପାନିର ଯାନ ବିକ୍ରିକୁ ପଛରେ ପକାଇଛି ଏବଂ ୨୦୧୩ ରୁ ୨୦୧୬ ମଧ୍ୟରେ ଏହାର ବିକ୍ରି ୩ଗୁଣ ଅଧିକ ବୃଦ୍ଧି ପାଇଛି । ୨୦୧୭ରେ କମ୍ପାକ୍ଟ ଏସୟୁଭିର ବିକ୍ରି ୩୭ ପ୍ରତିଶତ ବୃଦ୍ଧି ପାଇଛି ଯାହା ସମସ୍ତ ଯାନର ବିକ୍ରି ତୁଳନାରେ ୯ ପ୍ରତିଶତ ବୋଲି କମ୍ପାନି କହିଛି ।

ଫୋର୍ଡ ଇଣ୍ଡିଆର ସଭାପତି ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଅନୁରାଗ ମେହେରୋତ୍ରା କହିଛନ୍ତି ଯେ,ଫୋର୍ଡ଼ ଫ୍ରିଷ୍ଟାଇଲର ସରଳ, ଦକ୍ଷ ତଥା ଉନ୍ନତ ବୈଶିଷ୍ଟ୍ୟ ରହିଛି । ଏହାର ଲଞ୍ଚ୍‌ ସହିତ କମ୍ପାନି ନିଜର ପ୍ରଡକ୍ଟ ରେଞ୍ଜକୁ ଆହୁରି ବୃଦ୍ଧି କରିପାରିଛି ।

ସମ୍ବନ୍ଧିତ ଖବର